ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ହାତୀ ଆତଙ୍କ । ଗତକାଲି ମଧ୍ୟରାତ୍ରୀରୁ ଏକ ଦନ୍ତା ହାତୀ ସୋନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି l ଏବେ ହାତୀଟି ସୋନପୁର ସହର ନିକଟ ପାଣିସିଆଳି ଗାଁ ପାଖରେ ଥିବା ସୂଚନା ରହିଛି । ହାତୀ ବୁଲୁଥିବାର ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ବନବିଭାଗର ୪ଟି ଟିମ ଟ୍ରାକ କରୁଥିବା ଦେଖିବାକୁ ମିଳିଛି ।
ସୋନପୁର, ସୁବଳୟା, ବିନିକା ଅଞ୍ଚଳରେ ଥିବା ରେଞ୍ଜର ମାନେ ହାତୀକୁ ଟ୍ରାକ କରୁଛନ୍ତି । ଗତ କାଲି ମଧ୍ୟରାତ୍ରରେ ହାତୀଟି ଲଛିପୁର ଅଚଂଳର ଜଣେ ବ୍ୟକ୍ତିଙ୍କ ଗୁହାଳକୁ ପଶି ଏକ ଗାଈକୁ ମାରିଦେଇଥିବାର ସୂଚନା ମିଳିଛି l ହାତୀଟି ବଲାଙ୍ଗିର ଜିଲ୍ଲା ଲୋଇସିହା ଅଂଚଳରୁ ଆସିଥିବାବେଳେ ସୋନପୁର ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି । ସେପଟେ ଭୟଭିତ ନହେବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା ବନାଧିକାରୀ ।
Comments are closed.