Latest Odisha News

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ବୁଲୁଛି ଦନ୍ତା, ଆତଙ୍କିତ ଲୋକେ : ହାତୀ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ହାତୀ ଆତଙ୍କ  । ଗତକାଲି ମଧ୍ୟରାତ୍ରୀରୁ ଏକ ଦନ୍ତା ହାତୀ ସୋନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ  ବୁଲୁଥିବା ଦେଖିବାକୁ ମିଳିଛି l ଏବେ ହାତୀଟି ସୋନପୁର ସହର ନିକଟ ପାଣିସିଆଳି ଗାଁ ପାଖରେ ଥିବା ସୂଚନା ରହିଛି  ।  ହାତୀ ବୁଲୁଥିବାର ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ବନବିଭାଗର ୪ଟି ଟିମ ଟ୍ରାକ କରୁଥିବା ଦେଖିବାକୁ ମିଳିଛି ।

ସୋନପୁର, ସୁବଳୟା, ବିନିକା ଅଞ୍ଚଳରେ ଥିବା ରେଞ୍ଜର ମାନେ ହାତୀକୁ ଟ୍ରାକ କରୁଛନ୍ତି  । ଗତ କାଲି ମଧ୍ୟରାତ୍ରରେ ହାତୀଟି ଲଛିପୁର ଅଚଂଳର ଜଣେ ବ୍ୟକ୍ତିଙ୍କ ଗୁହାଳକୁ ପଶି ଏକ ଗାଈକୁ ମାରିଦେଇଥିବାର ସୂଚନା ମିଳିଛି l ହାତୀଟି ବଲାଙ୍ଗିର ଜିଲ୍ଲା ଲୋଇସିହା ଅଂଚଳରୁ ଆସିଥିବାବେଳେ ସୋନପୁର ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି  ।  ସେପଟେ ଭୟଭିତ ନହେବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା ବନାଧିକାରୀ  ।

Leave A Reply

Your email address will not be published.