Latest Odisha News

BREAKING NEWS

ଏଲନ ମସ୍କ କଲେ ବଡ ଘୋଷଣା, ଭେନେଜୁଏଲାକୁ ଦେବେ ମାଗଣା ଇଣ୍ଟରନେଟ୍

ନୂଆଦିଲ୍ଲୀ: ଭେନେଜୁଏଲାର ଲୋକଙ୍କ ସମର୍ଥନରେ ଏଲନ ମସ୍କଙ୍କ ସ୍ପେସଏକ୍ସର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ମାଗଣା ଇଣ୍ଟରନେଟ୍ ଦେବ।

ସୂଚନା ଅନୁଯାୟୀ, ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ମାଗଣା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଯୋଗାଇ ଦେବା ନେଇ ଘୋଷଣା କରିଛି ଷ୍ଟାରଲିଙ୍କ। ଭେନେଜୁଏଲାରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖାଯାଇଛି। ତେବେ ସାଧାରଣ ଲୋକଙ୍କ ଯୋଗାଯୋଗ ବାଧାପ୍ରାପ୍ତ ନହେବା ଓ ଲୋକମାନେ ବର୍ତ୍ତମାନ ପରିସ୍ଥିତିରେ ପରସ୍ପର ସହିତ ସଂଯୋଗରେ ରହିବା ପାଇଁ ଷ୍ଟାରଲିଙ୍କ୍ ସୀମିତ ସମୟ ଲାଗି ଭେନେଜୁଏଲାର ନାଗରିକଙ୍କୁ ମାଗଣା ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରୁଥିବା ନେଇ କୁହାଯାଇଛି।

ଷ୍ଟାରଲିଙ୍କ୍ ହେଉଛି ଏଲନ ମସ୍କଙ୍କ କମ୍ପାନୀ, ସ୍ପେସଏକ୍ସ ଦ୍ୱାରା ପରିଚାଳିତ ଏକ ସାଟେଲାଇଟ୍ ଇଣ୍ଟରନେଟ୍ ସେବା। ଯାହାକି ପୃଥିବୀର ନିମ୍ନ କକ୍ଷପଥରେ ହଜାର ହଜାର ଛୋଟ ସାଟେଲାଇଟ୍ ର ନେଟୱାର୍କ ବ୍ୟବହାର କରି ସାରା ବିଶ୍ୱରେ ଉଚ୍ଚ-ଗତି, କମ୍-ଲାଟେନ୍ସୀ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପ୍ରଦାନ କରିଥାଏ। ବିଶେଷକରି ଦୂରଦୂରାନ୍ତ ଏବଂ ଗ୍ରାମାଞ୍ଚଳରେ ଏହା ଅଧିକ ଲାଭପ୍ରଦ ହୋଇଥାଏ। ତେବେ ଏହା ଏକ ଡିସ୍ ଆଣ୍ଟେନା ମାଧ୍ୟମରେ ସିଧାସଳଖ ସାଟେଲାଇଟ୍ ସହିତ ସଂଯୋଗ କରି କାମ କରିଥାଏ। ଯାହା ସ୍ପିଡ ଷ୍ଟ୍ରିମିଂ ଏବଂ ଅନଲାଇନ୍ ଗେମିଂରେ ସହାୟକ ହୋଇପାରେ।

 

Leave A Reply

Your email address will not be published.