Latest Odisha News

BREAKING NEWS

ଏଲନ ମସ୍କଙ୍କ ଘୋଷଣା: ଖୁବ ଶୀଘ୍ର ଭାରତରେ ଏଣ୍ଟ୍ରି ମାରିବ ଟେସ୍ଲା

ନୂଆଦିଲ୍ଲୀ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟେସ୍ଲା  ସିଇଓ (Tesla CEO) ଏଲନ ମସ୍କଙ୍କ ସାକ୍ଷାତ  କରିଛନ୍ତି । ସାକ୍ଷାତ ସମୟରେ  ଏଲନ ମସ୍କ (Elon Musk )ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ କାର କମ୍ପାନୀ ଟେସ୍ଲାର ଭାରତ ଏଣ୍ଟ୍ରିକୁ ନେଇ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଟେସ୍ଲା  ସିଇଓ ଏଲନ ମସ୍କ  ଭାରତୀୟ ବଜାରରେ ଟେସ୍ଲାର ଏଣ୍ଟ୍ରିକୁ ନେଇ ବଡ ଘୋଷଣା କରିଥିଲେ । ନ୍ୟୁୟର୍କର ପ୍ୟାଲେସ ହୋଟେଲରେ ଏଲନ ମସ୍କ କହିଛନ୍ତି, କମ୍ପାନୀ ନିକଟ ଭବିଷ୍ୟତରେ ଭାରତରେ ନିବେଶ କରିବ । ଏହା ଦ୍ୱାରା ଦେଶର ଗୁରୁତ୍ୱପୂର୍ଣ୍ଣ ବିକାଶ ହୋଇପାରିବ ।

ଏଲନ ମସ୍କ ମୋଦିଙ୍କ ସହ ସାକ୍ଷାତ ପରେ କହିଛନ୍ତି, ସେ ନିଜେ ଆସନ୍ତା ବର୍ଷ ଭାରତ ଯିବାର କାର୍ଯ୍ୟକ୍ରମ ରଖିଛନ୍ତି । ତାଙ୍କର ଆଶା ଅଛି ଯେ ଭାରତରେ ଟେସ୍ଲା ହେବ । ସେ କହିଥିଲେ, ଏଥିପାଇଁ ପ୍ରଧାନମନ୍ତ୍ରୀ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହିଁଥିଲେ ଏବଂ ଆଶା କରୁଛି ଆମେ ନିକଟ ଭବିଷ୍ୟତରେ କିଛ ଘୋଷଣା କରିବୁ । ଭାରତ ସହ ଆମର ସମ୍ପର୍କରେ ଏହା ଏକ ମହତ୍ୱପୂର୍ଣ୍ଣ ନିବେଶ ହେବ ।

Leave A Reply

Your email address will not be published.