ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ଶିଳ୍ପପତି ଏଲୋନ୍ ମସ୍କ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଏଥିସହିତ ଆମେରିକାର ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ଖୋଳତାଡ଼ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମସ୍କ କହିଛନ୍ତି ଯେ ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ ଗଣତି କରିଛି କିନ୍ତୁ ନିର୍ବାଚନର ୧୫ ଦିନ ପରେ ମଧ୍ଯ କାଲିଫର୍ଣ୍ଣିଆରେ ଗଣନା ଜାରି ରହିଛି।
‘ଏକ୍ସ’ରେ ଜଣେ ୟୁଜର୍ସ କହିଥିଲେ ଯେ ଟ୍ରମ୍ପ ତାଙ୍କ ବିଭାଗକୁ ଭାଗବଣ୍ଟା କରିସାରିଲେଣି କିନ୍ତୁ କାଲିଫର୍ଣ୍ଣିଆରେ ଗଣନା ଜାରି ରହିଛି। ଏହା ପରେ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ ଭାରତର ନିର୍ବାଚନରେ ଠକାମୀ ପ୍ରଥମ ଲକ୍ଷ୍ୟ ନୁହେଁ। ସେଥିପାଇଁ ମାତ୍ର ଗୋଟିଏ ଦିନରେ ୬୪୦ନିୟୁତ ଭୋଟ୍ ଗଣତି ହୋଇଥିଲା।
ନଭେମ୍ବର ୫ରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନକୁ ୧୮ ଦିନ ବିତିଗଲାଣି। ରିପୋର୍ଟ ଅନୁଯାୟୀ, କାଲିଫର୍ଣ୍ଣିଆରେ ୨ଲକ୍ଷରୁ ଅଧିକ ଭୋଟ୍ ଗଣନା ହେବା ବାକି ଅଛି। ଆମେରିକା ନିର୍ବାଚନ ପରେ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଘୋଷିତ କରାଯାଇଛି। ରିପବ୍ଲିକାନ୍ ପାର୍ଟି ୩୧୨ ଇଲେକ୍ଟ୍ରୋଲାର ଭୋଟ୍ ପାଇଥିଲେ। ଯଦିଓ ବହୁମତ ପାଇଁ ୨୭୦ ଇଲେକ୍ଟ୍ରୋଲାର ଭୋଟ୍ ଆବଶ୍ଯକ।