Latest Odisha News

ସୁରକ୍ଷିତ ନୁହେଁ ଟ୍ୱିଟର ! ହ୍ୟାକ୍‌ ହୋଇ ଚୋରି ହୋଇଛି ୨୦୦ ମିଲିୟନ ୟୁଜରଙ୍କ ଇ-ମେଲ୍ ଆଡ୍ରେସ୍

ୱାଶିଂଟନ: ସୋସିଆଲ୍ ମିଡିଆ ସାଇଟ୍ ଫେସ୍‌ବୁକ, ୟୁଜରଙ୍କ ତଥ୍ୟ ଚୋରି ନେଇ ସବୁବେଳେ ସନ୍ଦେହ ଘେରରେ ରହୁଥିବା ବେଳେ ଏବେ ଟ୍ୱିଟର ଆଉ ସରୁକ୍ଷିତ ନୁହେଁ ବୋଲି ୟୁଜର କହିଲେଣି। ଟ୍ୱିଟରରେ ଏବେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଅଭିଯୋଗ ଆସୁଛି।

ସଦ୍ୟତମ ରିପୋର୍ଟ ଅନୁସାରେ, ହ୍ୟାକରମାନେ ଟ୍ୱିଟରରୁ ୨୦୦ ମିଲିୟନ ୟୁଜରଙ୍କର ଇ-ମେଲ ଆଡ୍ରେସ୍ ଚୋରି କରିଥିବା ଅଭିଯୋଗ ହୋଇଛି। ଏହି ଇ-ମେଲ ଚୋରି କରି ହ୍ୟାକରମାନେ ଅନ୍‌ଲାଇନ୍ ହ୍ୟାକ୍‌ ପ୍ଲାଟଫର୍ମରେ ଅପ୍‌ଲୋଡ କରିଥିବା ସୂଚନା ମିଳିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ୪୦୦ ମିଲିୟନ ଲୋକଙ୍କର ଇ-ମେଲ ଆଡ୍ରେସ ସହ ଫୋନ୍ ନମ୍ବର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ କିଏ ଏହାକୁ ଚୋରି କଲା ? ସେ କେଉଁଠିକାର ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ପୁଣି ୨୦୦ ମିଲିୟନ ୟୁଜରଙ୍କ ତଥ୍ୟ ଚୋରି ନେଇ ଆସିଥିବା ଅଭିଯୋଗ ୟୁଜରଙ୍କ ଚିନ୍ତା ବଢାଇଛି। ବାରମ୍ବାର ଟ୍ୱିଟରରେ ଏଭଳି ତଥ୍ୟ ଚୋରି ହେଉଥିବାରୁ ଏହା ଆଉ ସୁରକ୍ଷତି ନୁହେଁ ବୋଲି ୟୁଜରମାନେ ଚିନ୍ତା କଲେଣି।

୨୦୦ ମିଲିୟନ ୟୁଜରଙ୍କ ତଥ୍ୟ ଚୋରି ପବ୍ଲିସ୍ ହେବା ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ବି କମ୍ପାନୀ ପକ୍ଷରୁ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଛୋଟ ଛୋଟ କଥାରେ ପ୍ରତିକ୍ରିୟା ଦେଉଥିବା ଇଲନ ମସ୍କ ତଥ୍ୟ ଚୋରି ଉପରେ ନିରବଦ୍ରଷ୍ଟା ସାଜିବା ଘଟଣାକୁ ୟୁଜରମାନେ ସମାଲୋନା କରିଛନ୍ତି।

ସୂଚନା ଥାଉକି ଗତ ବର୍ଷ ଅକ୍ଟୋବର ମାସରେ ଇଲନ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ। ଏହାପରେ ପରେ ପରେ ଏହି ସୋସିଆଲ୍ ମିଡିଆ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। କର୍ମଚାରୀ ଛଟେଇ ଠାରୁ ଆମ୍ଭ କରି ବ୍ଲୁ ଟିକ୍ ବ୍ୟବସାୟ ଆଦି ସବୁଥିରେ ମସ୍କଙ୍କ ହସ୍ତକ୍ଷେପ ରହିଛି।

 

 

Comments are closed.