କଟକ: ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ଓଡ଼ିଆ ଇଂରାଜୀ ଭାଷାର ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଗବେଷକ ଅନନ୍ତ ଚରଣ ଶୁକ୍ଳା ଆଉ ନାହାନ୍ତି। କଟକ ସିଡିଏ ଅନ୍ତର୍ଗତ ସେକ୍ଟର ୭ରେ ଥିବା ତାଙ୍କ ବାସଭବନରେ ଗୁରୁବାର ପୂର୍ବାହ୍ନ ସାଢେ ଏଗାର ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା।
ସେ ଭଦ୍ରକ ସହରର ଗରଦପୁର ଠାରେ ୧୯୪୨ ନଭେମ୍ବର ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତ ବାହାରେ ୭ଟି ବିଶ୍ୱବିଦ୍ୟାଳୟରେ ସାହିତ୍ୟ ଓ ଭାଷା ସମେତ ଦର୍ଶନ, ଧର୍ମାଧାରା ଏବଂ ସଂସ୍କୃତ ତଥା ଇଂରାଜୀ ସମାଲୋଚନା ସାହିତ୍ୟରେ ପରିଦର୍ଶକ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରିଥିଲେ।
ତାଙ୍କ ରଚିତ ଇଂରାଜୀ ଭାଷାରେ ୨୫ଟି ପୁସ୍ତକ ଆନ୍ତର୍ଜାତୀୟ ସ୍ତରରେ ଆଦୃତ ହୋଇଥିଲା ବେଳେ ଓଡ଼ିଆରେ ସେ ଲେଖିଥିବା ୬ଟି ପୁସ୍ତକ ମଧ୍ୟ ପାଠକୀୟ ଶ୍ରଦ୍ଧା ଲାଭ କରିଛି। କଟକ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଅଧ୍ୟାପକ ଓ ସାହିତ୍ୟିକ, ଗବେଷକ ଗଭୀର ଶୋକ ପ୍ରକାଶ କରିଛନ୍ତି।
Comments are closed.