Latest Odisha News

BREAKING NEWS

ପ୍ରଖ୍ୟାତ୍ ଓଡିଆ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ତଥା ମହାନ ଓଡିଆ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ କନ୍ୟା ସୁନନ୍ଦାଙ୍କ ରବିବାର ଭୋର ପ୍ରାୟ ୪ଟା ୩୦ମି. ସମୟରେ ଦେହାନ୍ତ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପରିବାର ସୁତ୍ରରୁ ପ୍ରକାଶ ।

୧୯୩୪ ମସିହା ନଭେମ୍ବର ୭ ତାରିଖରେ ଜନ୍ମିତ ସୁନନ୍ଦା ‘ଗୁରୁମା’ ରୂପେ ଖୁବ୍ ପରିଚିତ । ସେ ୧୯୪୮ ମସିହା ତଥା ମାତ୍ର ୧୪ ବର୍ଷ ବୟସରୁ କଟକ ସ୍ଥିତ ଅଲ୍ ଇଣ୍ଡିଆ ରେଡିଓରୁ ଗାୟିକା ଭାବେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ।

ତାଙ୍କର ପ୍ରଭାବଶାଳୀ ଗାୟିକିରେ ବିମୁଗ୍ଧ ହୋଇ ଓଡିଶାର ପୂର୍ବତନ ରାଜ୍ୟପାଳ ଆସଫ ଅଲ୍ଲୀ ପୁଣେ ସ୍ଥିତ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଦ୍ଧନ ଠାରେ ଛାତ୍ରବୃତ୍ତି ସହ ସୁନିନ୍ଦାଙ୍କର ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ କରିଥିଲେ । ସେ ୧୯୫୬ ମସିହାରେ ପୁଣେ ସ୍କୁଲ ଦ୍ୱାରା ସଙ୍ଗୀତରେ ସ୍ନାତୋକୋତ୍ତରରେ ସମ୍ମାନିତ ହୋଇଥିଲେ ।

ଆହୁରି ମଧ୍ୟ ସେ ୧୯୫୭ ମସିହା ସେପ୍ଟେମ୍ବରରେ କୋଲକାତା ଠାରେ ଅଲ୍ ଇଣ୍ଡିଆ ସଦରଙ୍ଗ ସଙ୍ଗୀତ ସମ୍ମୀଳନୀରେ ନିଜର ସଙ୍ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.