Latest Odisha News

ରାସ୍ତାରେ ହେଉଥିବା ଗର୍ତ୍ତ ପାଇଁ ମୂଷା ଦାୟୀ 

ନୂଆଦିଲ୍ଲୀ: ରାସ୍ତାରେ ହେଉଥିବା ଗର୍ତ୍ତ ପାଇଁ ମୂଷା ଦାୟୀ। ରାଜସ୍ଥାନର ଦୌସା ଠାରେ ରାସ୍ତା ଭୁଶୁଡ଼ିବା ପାଇଁ ମୂଷାକୁ ଦାୟୀ କରିଥିବା ଜଣେ କର୍ମଚାରୀଙ୍କୁ କମ୍ପାନୀ ନିଲମ୍ବିତ କରିଛି।

ତେବେ କଣ୍ଟ୍ରାକ୍ଟର ଏହି ବିଷୟରେ ସୂଚନା ପାଇବା ମାତ୍ରେ ସେ ତୁରନ୍ତ ସେହି ଅଞ୍ଚଳକୁ ବ୍ୟାରିକେଡ୍ କରି ମରାମତି କରିଥିଲେ ବୋଲି ଜଣାପଡିଛି।

ଏହି କର୍ମଚାରୀ ଜଣକ ଦାବି କରିଛନ୍ତି ଯେ ରାସ୍ତାର ଏକ ଅଂଶର ହୋଇଥିବା ଗର୍ତ୍ତ ପାଇଁ ମୂଷା ଦାୟୀ। ସେ ନିଜକୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପ୍ରକଳ୍ପର ମେଣ୍ଟେନାସ୍ ମ୍ୟାନେଜର କହିଥିଲେ। କମ୍ପାନୀର କେସିସି ବିଲଡକନ୍‌ର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ କମ୍ପାନୀର କନିଷ୍ଠ କର୍ମଚାରୀ ଥିଲେ। ଏବଂ ତାଙ୍କର ବୈଷୟିକ ଜ୍ଞାନ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) କୁ ଲେଖାଯାଇଥିବା ଚିଠିରେ ଏହି ସଂସ୍ଥା ଏଭଳି ସୂଚନା ଦେଇଛି।

ସେ କମ୍ପାନୀର ମେଣ୍ଟେନାସ୍ ମ୍ୟାନେଜର ନୁହେଁ ବୋଲି ଚିଠିରେ ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି।

 

Leave A Reply

Your email address will not be published.