ପୁରୀ: ପୁରୀରେ ଏନ୍କାଉଣ୍ଟର । ପୁଲିସ ଗୁଳିରେ ଅପରାଧୀ ପିନୁ ଓରଫ ପିନାକୀ ବରାଳ ଆହତ । ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାଯାଇଛି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ଟି ମାମଲା । ପିନୁଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ଏବଂ ବାଇକକୁ ପୋଲିସ ଜବତ କରିଛି । ଲୋକନାଥ ଥାନା ମନ୍ଦିର ପଛ ପାଖ ଶଙ୍କରେଶ୍ୱର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି ।
ଆଜି ଅପରାହ୍ନ ୩ଟା ୪୦ ମିନିଟରେ ଏହି ଏନକାଉଣ୍ଟର ହୋଇଥିଲା । ପୁରୀ ବାସେଳି ସାହି ଆଇଆଇସି ମାନସ ବାରିକଙ୍କ ନେତୃତ୍ୱରେ ଏକ ଟିମ ଏହି ଏନକାଉଣ୍ଟର ହୋଇଥିଲା । ଶଙ୍କରେଶ୍ୱର ଜଙ୍ଗଲ ଭିତରେ ପୋଲିସ ଓ ଅପରାଧି ପିନୁ ମଧ୍ୟରେ ଗୁଳିଗୁଳା ବିନିମୟ ହେଇଥିଲା । ଏହି ସମୟରେ ପୋଲିସର ବନ୍ଧୁକରୁ ଏକ ଗୁଳି ପିନୁର ବାମ ଗୋଡରେ ବାଜିଥିଲା । ଫଳରେ ଗୋଡରେ ସାମାନ୍ୟ ଆଘାତ ଲାଗିଥିବା ପୋଲିସ ସୂଚନା ଦେଇଛି ।
ଅନ୍ୟପକ୍ଷେ ପିନୁ ନାଁର; ହତ୍ୟା ଉଦ୍ୟମ, ଚୋରି, ଦାଦାବଟି ଆଦାୟ କରି ୧୧ଟି ମାମଲା ରହିିଛି ।
ସୂଚନାଥାଉ କି, ଦିନକୁ ଦିନ ଅଶାନ୍ତ ହୋଇପଡୁଛି ଧାର୍ମିକ ସହର ପୁରୀ । ଅପରାଧିକ କାର୍ଯ୍ୟକଳାପ ବଢି ବଢି ଚାଲିଛି । କଥା କଥାକେ ଫୁଟୁଛି ଗୁଳି, ବୋମା । ଗତ ଜୁଲାଇ ୨୬ ତାରିଖରେ ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଗୁଳିମାଡ ହୋଇଥିଲା । ଏହାର ୨୪ ଘଣ୍ଟା ନ ପୂରୁଣୁ ପୁଣି ସଦର ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଥିଲା । ମୁୁକୁନ୍ଦ ମିଶ୍ର ନଗରର ବିଜୟ କୁମାର ଖୁଣ୍ଟିଆଙ୍କ ଘରକୁ ଦୁଇଜଣ ଦୁର୍ବୁତ୍ତ ଚାରୋଟି ବୋମା ମାଡ କରି ଫେରାର ହୋଇଯାଇଥିଲେ ।
Comments are closed.