Latest Odisha News

BREAKING NEWS

ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ୨ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀରର କିସ୍ତୱାରରେ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଯବାନ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, କିସ୍ତଓ୍ବାଡର କିଛି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଗତକାଲି ରାତିରେ ଆର୍ମୀ ଓ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଅପରେସନ୍ ଆରମ୍ଭ କରିଥିଲେ । ଛତ୍ରୋ ବେଲ୍ଟର ନଇଦଗାମ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ଆଗକୁ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଥିବା ବେଳେ ବର୍ତ୍ତମାନ ଏପରି ପରିସ୍ଥିତି ସୁରକ୍ଷାକର୍ମୀଙ୍କ ନିଦ ହଜେଇଛି । ସେପ୍ଟେମ୍ବର ୧୮ରେ ୟୁନିଅନ ଟେରିଟୋରୀରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

Comments are closed.