Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ମହାନଦୀ ବଞ୍ଚାଅ ଅଭିଯାନ

ଝାରସୁଗୁଡା  : ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ । କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା କରାଯାଇଛି । ଫଳରେ ମହାନଦୀକୁ ନେଇ ବିବାଦ କିଛି ଦିନ ଥମି ଯାଇଥିବା ବେଳେ ପୁଣି ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଆନ୍ଦୋଳନର ସଦସ୍ୟମାନେ କଲମାଠାରେ ମହାନଦୀ ପରିଦର୍ଶନ କରିବା ସହ ମହାନଦୀର ପ୍ରବେଶ ପଥ ଶୁଖାସୋଡାରେ ଶୁଖିଲା ନଦୀଶଯ୍ୟା ଦେଖିଛନ୍ତି ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ରାଜନୈତିକ ସୁବିଧାବାଦ ପାଇଁ ନୁହଁ ମହାନଦୀ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେବା ଆବଶ୍ୟକ । ଓଡ଼ିଶାର ଚାଷୀ, ମତ୍ସ୍ୟଜୀବୀ ଏବେ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାରୁ ଛତିଶଗଡ଼ର କଲମାଠାରେ ଅତିକମରେ ୫ଟି ଗେଟ୍ ଖୋଲିବା ପାଇଁ ଦାବି କରିଛନ୍ତି ।

ସୁଦର୍ଶନ ଦାସ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସମେତ ଜଣେ କଂଗ୍ରେସ ନେତା । ଛତିଶଗଡ଼ରେ ଏବେ କଂଗ୍ରେସ ସରକାର ରହିଛି । ତେଣୁ ତୁରନ୍ତ ଗେଟ୍ ଖୋଲିବା ପାଇଁ କଂଗ୍ରେସ ଛତିଶଗଡ଼ ସରକାରଙ୍କ ନିକଟରେ ଦାବି କରୁନି କାହିଁକି ? ଅନ୍ୟପଟେ ବିଭିନ୍ନ ସମୟରେ ବିଜେପି ମଧ୍ୟ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛି ।

Leave A Reply

Your email address will not be published.