Latest Odisha News

BREAKING NEWS

ବଢୁଛି ସମ୍ପର୍କ ! ସଂସଦରେ ବିଜେଡିକୁ ଖୁବ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ରାଜ୍ୟସଭାରରେ ଶୃଙ୍ଖଳା ରକ୍ଷାକରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବିଜୁଜନତା ଦଳ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) କୁ ପ୍ରଶଂସା କରିଛନ୍ତି।

ରାଜ୍ୟସଭାର ୨୫୦ତମ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଓଡିଶା ଓ ମହାରାଷ୍ଟ୍ରର ଦୁଇ ଆଞ୍ଚଳିକ ଦଳ କେବେବି ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା ମଧ୍ୟ କରିନାହାନ୍ତି । ଏପରିକି ଗୃହର କାର୍ଯ୍ୟରେ କେବେ ବାଧା ସୃ୍ଷ୍ଟି କରିନାହାନ୍ତି । ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବା ଉଚିତ ।

“ବିଜେଡି ଓ ଏନସିପିର ସାଂସଦମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି । ଉଚିତ ଢଙ୍ଗରେ ବିଜେଡି ସାଂସଦ ମାନେ ନିଜର ଦାବି ଉପସ୍ଥାପନ କରିବା ସହ ସଂସଦର ନୀତି ନିୟମକୁ ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି । ତେଣୁ ଏହି ଦୁଇ ଦଳ ପ୍ରଂଶସାର ପାତ୍ର ବୋଲି ମୋଦି ପ୍ରକାଶ କରିଛନ୍ତି ।

ତେବେ ମୋଦିଙ୍କର ଏଭଳି ବକ୍ତବ୍ୟ ବିଜେଡି ଓ ବିଜେପି ମଧ୍ୟରେ ପୁନଃ ଯୋଡି ହେବାକୁ ଯାଉଥିବା ନୂଆ ସମ୍ପର୍କର ସଂକେତ ଦେଉଛି। ଯେଉଁ ଯୋଡି ମିଳିତ ଭାବେ ଦୀର୍ଘ ୯ ବର୍ଷରୁ ଉର୍ଦ୍ଧ ରାଜ୍ୟରେ ଶାସନ କରିବା ପରେ ୨୦୦୯ରେ ଭାଙ୍ଗି ଯାଇଥିଲା ।

ଏହାର କିଛି ଝଲକ ୨୦୧୯ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜେଡିର ‘ହିଂସାମୁକ୍ତି ପ୍ରଚାର’କୁ ପ୍ରଶଂସା କରିଥିଲେ ।

ଏହାପରେ ବାତ୍ୟା ଫୋନିର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନବୀନଙ୍କୁ ଢେର ପ୍ରଶଂସା କରିଥିଲେ ।

ପ୍ରତିଫଳ ସ୍ୱରୂପ ନବୀନ ଜୁନ ମାସରେ ମୋଦି ଓ ଶାହାଙ୍କ ଅନୁରୋଧ କ୍ରମେ ରାଜ୍ୟସଭା ଆଶାୟୀ ଭାବରେ ଓଡ଼ିଶା କ୍ୟାଡ଼ରର ପୂର୍ବ ଆଇଏଏସ ଅଧିକାରୀ ଆଶ୍ୱିନ ବୈଷ୍ଣବଙ୍କ ପାଇଁ ନିଜ ଦଳର ସମର୍ଥନ ଘୋଷଣା କରିଥିଲେ।

ଏହାଛଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶମୂଳକ କାମ ଆଗକୁ ବଢିବ । ରାଜ୍ୟର ବିକାଶ କେନ୍ଦ୍ରର ଦାୟିତ୍ୱ । ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତିଦ୍ୱନ୍ଦ୍ବୀ ନ ହୋଇ ଭଲ ସହଯୋଗୀ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.