ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଚାମ୍ପିୟନ ଇଂଲଣ୍ଡ ଶୋଚନୀୟ ଭାବେ ୧୩୭ ରନର ବ୍ୟବଧାନରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୯ୱିକେଟ ହରାଇ ୩୬୪ ରନ କରିଥିଲା । ଡେଭିଡ ମଲାନ ୧୪୦ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଜୋ ରୁଟ ୮୨ ରନ କରିଥିଲେ । ମେହେଦି ହାସନ ୪ଟି ୱିକେଟ ନେଇଥିଲେ । ଜବାବରେ ୩୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୮.୨ ଓଭରରେ ୨୨୭ ରନରେ ଅଲଆଉଟ ହୋଇ ଯାଇଥିଲା । ଲିଟନ ଦାସ ୭୬ ଓ ମସଫିକର ରହୀମ ୫୧ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ହାସଲ ପାଇଁ ଯଥେଷ୍ଟ ନ ଥିଲା ।
ରିସେ ଟୋପଲେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଇଂଲଣ୍ଡ ଏହି ମ୍ୟାଚକ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ପଂଏଟ ଟେବୁଲରେ ଇଂଲଣ୍ଡ ୫ମ ଏବଂ ବାଂଲାଦେଶ ଷଷ୍ଠ ସ୍ଥାନରେ ରହିଛି । ମାଲାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.