Latest Odisha News

BREAKING NEWS

ଉଡ଼ାଣ ପୂର୍ବରୁ ଇଣ୍ଡିଗୋର ଇଞ୍ଜିନରେ ଲାଗିଲା ନିଆଁ…

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରୁ ବୁଧବାର ଦିନ ଡିଉ ଯାଉଥିବା ଇଣ୍ଡିଗୋର ବିମାନ ନମ୍ୱର ୬ଇ ୭୯୬୬ ରେ ନିଆଁ ଲାଗିଯିବାରୁ ଏହାକୁ ବାତିଲ କରାଯାଇଛି। ତେବେ ଘଟଣା ସମୟରେ ବିମାନରେ ୬୦ ଜଣା ଯାତ୍ରୀ ଥିବା ଜଣାପଡ଼ିଛି।

ସକାଳ ୧୧ଟାରେ ବିମାନଟି ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବା ସମୟରେ ଏହାର ଦୁଇଟି ଇଞ୍ଜିନ ମଧ୍ୟରୁ ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ “ମେଡେ” କଲ୍ ପଠାଇଥିଲେ। ସୂଚନା ମିଳିବା ମାତ୍ରେ ଉଡ଼ାଣକୁ ତୁରନ୍ତ ବାତିଲ କରି ଦିଆଯାଇଥିଲା ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିବା ଅଧିକାରୀଙ୍କ ତରଫରୁ କୁହାଯାଉଛି।

ଏନେଇ ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି ଯେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାକୁ ବାତିଲ କରାଯାଇଛି। ମାନକ କାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିମାନଟି ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି।

ତେବେ ଏହା ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରେ ଏହିପରି ସମାନ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିରେ ହଙ୍ଗକଙ୍ଗରୁ ଆସିଥିବା ଏୟାର ଇଣ୍ଡିଆର AI-୩୧୫ ବିମାନଟିର ସହାୟକ ପାୱାର ୟୁନିଟ୍ (APU) ରେ ଅବତରଣ ପରେ ନିଆଁ ଲାଗିଯାଇଥିଲା। ଇଞ୍ଜିନ୍ ବନ୍ଦ ଥିବାରୁ ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି। ଏହି ସମସ୍ତ ଘଟଣାର ତଦନ୍ତ ଚାଲିଛି।

Comments are closed.