ବ୍ରହ୍ମପୁର; ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଦଲାଲ୍ ରାଜ୍ କମିନାହିଁ। ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଘରୋଇ ନର୍ସିଂହୋମ୍ ଏବଂ ନିଦାନ କେନ୍ଦ୍ରକୁ ଟାଣୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଧରିଛି ପୋଲିସ। ତାଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଜଣେ ଯୁବକ ନିଜ ବେକରେ ଏକ ପରିଚୟ ପତ୍ର ପକାଇ ବିଭିନ୍ନ ୱାର୍ଡରେ ବୁଲାବୁଲି କରୁଥିଲେ। ଜଣେ ରୋଗୀଙ୍କୁ ଧରି ସେ ଅସ୍ଥିଶଲ୍ୟ ବିଭାଗର ଇନଡୋରକୁ ଧରି ଯାଉଥିଲେ। କୌଣସି ବିଷୟକୁ ନେଇ ଜଣେ କର୍ମଚାରୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ସୁରକ୍ଷା କର୍ମଚାରୀ ପହଞ୍ଚିଥିଲେ। ଯୁବକ ଜଣଙ୍କ ନିଜ ବେକରେ ଏକ ପରିଚୟପତ୍ର ଝୁଲାଇଥିବାରୁ ସୁରକ୍ଷା କର୍ମୀମାନେ ତାଙ୍କ ପରିଚୟ ପଚାରିଥିଲେ। ପରିଚୟପତ୍ରରେ ଡାକ୍ତର ଦୀପକ କୁମାର ନାହାକ ବୋଲି ଲେଖା ହୋଇଥିଲା। ସେହିପରି ବର୍ହିବିଭାଗ ସୁପରଭାଇଜର ବୋଲି ତାଙ୍କ ପଦବୀ ଲେଖାଥିଲା। ପରିଚୟପତ୍ରରେ ଯେଉଁ ପଦବୀ ଲେଖା ହୋଇଛି, ମେଡ଼ିକାଲରେ ସେମିତି କୌଣସି ପଦବୀ ନାହିଁ। ଯୁବକଙ୍କ ବୟସ ଓ ଚେହେରାରୁ ଡାକ୍ତର ଭଳି ଦେଖା ଯାଉନଥିଲେ। ସୁରକ୍ଷାକର୍ମୀମାନେ ସନ୍ଦେହରେ ମେଡ଼ିକାଲ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୁଲିସ ଦୀପକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଘର ସାନଖେମୁଣ୍ଡିରେ ହୋଇଥିବା ବେଳେ ସେ ଜଣେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ବୋଲି କହିଥିଲେ। ପରିଚୟ ପତ୍ରକୁ କୋର୍ଟପେଟା ଛକ ନିକଟସ୍ଥ ଏକ ଦୋକାନରୁ ୮୦ ଟଙ୍କାରେ ତିଆରି କରିଥିବା କହିଥିଲେ। ତାଙ୍କ କଥାରେ ତାଳମେଳ ରହୁନଥିବାରୁ ସେ କୌଣସି ଘରୋଇ କ୍ଲିନିକ କିମ୍ବା ଡାଏଗ୍ନୋଷ୍ଟିକ ସେଣ୍ଟର ପାଇଁ ଦଲାଲି କରୁଥିବା ନେଇ ପୋଲିସ ସନ୍ଦେହ କରିଥିଲା। ତାଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ମିଳିଛି।
BREAKING NEWS
- ପତ୍ନୀଙ୍କୁ ଛାଡପତ୍ର ଦେବେ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ
- ପ୍ରଶଂସକଙ୍କ ଚିନ୍ତାରେ ପକାଇଲା ନେହାଙ୍କ ବ୍ରେକ ନେବା ପୋଷ୍ଟ
- ପୁଅର ରେଜଲ୍ଟ ଆଣିବାକୁ ଯାଇ ଚାଲିଗଲା ବାପାର ଜୀବନ…
- ଖାମେନିଙ୍କ ଉପରେ ଆକ୍ରମଣକୁ ଇରାନ ସହିତ ‘ଯୁଦ୍ଧ’ ବୋଲି ବିବେଚନା କରାଯିବ: ଟ୍ରମ୍ପଙ୍କୁ ଇରାନ ରାଷ୍ଟ୍ରପତିଙ୍କ ଧମକ
- Loot from Bank: ବନ୍ଧୁକ ମୁନରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍; ୫ କୋଟିରୁ ଅଧିକ ସୁନା…
- ବିଡ଼ିଓଙ୍କୁ ମାଡ଼ ଘଟଣା: ଚାରି ଅଟକ
- ମୁମ୍ବାଇ ମେୟର ନିର୍ବାଚନରେ ଟ୍ୱିଷ୍ଟ: ଶିବସେନାର ସିନ୍ଦେ ଗୋଷ୍ଠୀ ସହିତ ବିବାଦ ମଧ୍ୟରେ ବିଜେପିକୁ ଉଦ୍ଧବ ଠାକରେଙ୍କ ସମର୍ଥନ!
- ଭାଇରାଲ ହେଉଛି ଜଗନ୍ନାଥଙ୍କ ଏହି ଫଟୋ
- Ayushman Yojana: ଆଗାମୀ ୩ ଦିନରେ ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ
- Teachers’ Fight in Sambalpur: ୨ ଶିକ୍ଷୟିତ୍ରୀ ହାତାହାତି ଘଟଣା; ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ
Comments are closed.