Latest Odisha News

BREAKING NEWS

ପୂର୍ବ ପ୍ରେମିକାକୁ ବ୍ଲାକମେଲ କରି ବନ୍ଧାହେଲା ଇଂଜିନିୟରିଂ ଛାତ୍ର

ଭୁବନେଶ୍ୱର: ପୂର୍ବ ପ୍ରେମିକାକୁ ବ୍ଲାକମେଲ କରିବା ଅଭିଯୋଗରେ ସୋମବାର ଦିନ କମିଶନରେଟ ପୋଲିସ ଏକ ଇଂଜିନିୟରିଂ ଛାତ୍ରକୁ ଗିରଫ କରିଛି।

ଅଭିଯୁକ୍ତ ଛାତ୍ର ଜଣକ ହେଉଛନ୍ତି ଦେବୀପ୍ରସାଦ ପତି(୨୦) । ସହରର ଏକ ସମ୍ମାନିତ କଲେଜର ସେ ଛାତ୍ର ଅଟନ୍ତି ।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ପ୍ରେମ ସମ୍ପର୍କରେ ଥିବା ବେଳେ ଦେବୀପ୍ରସାଦ ନିଜ ପ୍ରେମିକା ସହ ଅନେକ ଫୋଟୋ ଉଠାଇ ଥିଲା । ସେମାନେ ଅଲଗା ହୋଇଯିବା ପରେ ସେହି ଫୋଟୋକୁ ସୋଶିଆଲ ମିଡିଆରେ ଛାଡି ଦେବାର ଧମକ ଦେଇ ଅଭିଯୁକ୍ତ ଜଣକ ମହିଳାଙ୍କୁ ଟଙ୍କା, ସୁନା ଦେବାକୁ ବାଧ୍ୟ କରିଥିଲା ।

ଏନେଇ ମହିଳା ଜଣକ ଦେବୀପ୍ରସାଦ ନାଁରେ ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୋଲିସ ତାକୁ ଗିରଫ କରିବା ସହ ସୁନା ଗହଣା, ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିଛି ।

Leave A Reply

Your email address will not be published.