Latest Odisha News

BREAKING NEWS

ଅକ୍ଷର ପଟେଲଙ୍କ ଘାତକ ବୋଲିଂ, ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ ହୋଇଛି ଭ୍ରମଣକାରୀ ଇଂଲଣ୍ଡ । ଓପନର ଜାକ୍ କ୍ରାଉଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିବାରେ ସକ୍ଷମ ହୋଇନାହାନ୍ତି । ତେବେ ପ୍ରଥମ ଇନିଂସରେ ଅକ୍ଷର ପଟେଲ ଚମତ୍କାର ବୋଲିଂ କରି ୬ ଓ୍ବିକେଟ ହାସଲ କରିଛନ୍ତି ।

ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ୨ଟି ଓ୍ବିକେଟ ହରାଇଥିଲା । ପରେ ଓପନର ଜାକ୍ କ୍ରାଉଲି ଓ ଅଧିନାୟକ ଜୋ ରୁଟ୍ ସତର୍କତାର ସହ ବ୍ୟାଟିଂ କରି ରନକୁ ଆଗକୁ ବଢ଼ାଇ ଚାଲିଥିଲେ । କିନ୍ତୁ କ୍ରାଉଲି ୫୩ ରନ ଓ ରୁଟ ମାତ୍ର ୧୭ ରନ କରି ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲା ଇଂଲଣ୍ଡ । ଦଳ ୪୮.୪ ଓଭର ଖେଳି ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୬ଟି ଓ୍ବିକେଟ ନେଇଥିବା ବେଳେ, ଅଶ୍ବନି ୩ଟି ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.