Latest Odisha News

BREAKING NEWS

ଆଶେସ ପରାଜୟ : ମଦ ପିଇ ମାତାଲ ହୋଇଥିଲେ ଇଂଲଣ୍ଡ ଖେଳାଳି

ବ୍ରିସବେନ: ଅଷ୍ଟ୍ରେଲିଆ ନିକଟରୁ ଆଶେସ ସିରିଜ ହାରିବା ପରେ ଏବେ ଇଂଲଣ୍ଡ ଟିମ ଚାରିଆଡୁ ସମାଲୋଚିତ ହେଉଛି । ବିବିସିର ଏକ ରିପୋର୍ଟ ଏବେ କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ରିପୋର୍ଟରେ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ଥିବା ଖାଲି ସମୟରେ ଇଂଲଣ୍ଡ ଖେଳାଳିମାନେ ମଦ ପିଇ ମାତାଲ ହୋଇଥିଲେ । ଖେଳ ପ୍ରତି ସେମାନେ ଗମ୍ଭୀର ଥିବା ଜଣା ପଡୁ ନ ଥିଲା । ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ ସିରିଜ ବଂଚାଇବା ପାଇଁ ସଂଘର୍ଷ କରିଥାନ୍ତେ । ମାତ୍ର ତାହା ହୋଇ ନ ଥିଲା । ଅଷ୍ଟ୍ରେଲିଆ ସହଜରେ ତାଙ୍କୁ ପରାଜିତ କରିଥିଲା । ଏବେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏହି ଘଟଣାର ତଦନ୍ତ କରିବ ବୋଲି ଜଣାପଡିଛି ।

ବିଶ୍ରାମ ପାଇଁ ମିଳିଥିବା ୯ ଦିନରୁ ଇଂଲଣ୍ଡ ଖେଳାଳିମାନେ ୬ ଦିନ ମଦ ପିଇ ମଉଜ କରିଥିଲେ । କ୍ୱିନ୍ସଲାଣ୍ଡର ନୂସା ସମୂଦ୍ରକୂଳରେ ସେମାନେ ମଉଜ କରିଥିଲେ । ଏପରିକି ରିପୋର୍ଟ ଅନୁସାରେ କେତେକ ଖେଳାଳି ସଡକ ପାଖରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଛି । ସାମୂହିକ ଦୌଡରେ କେବଳ ୩ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଇଂଲଣ୍ଡ କ୍ରିକେଟ ଟିମର ନିର୍ଦ୍ଦେଶକ ଖେଳାଳିମାନଙ୍କ ସପକ୍ଷରେ ବାହାରିବା ପରେ ଏବେ ଏହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଆଉ ୨ଟି ମ୍ୟାଚ ବାକି ରହିଛି । ତେବେ କ୍ରମାଗତ ୩ଟି ଟେଷ୍ଟ ହାରି ଇଂଲଣ୍ଡ ଆଶେସ ହାତଛଡା କରିସାରିଛି ।

Leave A Reply

Your email address will not be published.