Latest Odisha News

ଅଲିମ୍ପିକରେ ଇଂଲଣ୍ଡ କ୍ରିକେଟ ଟିମ ଖେଳି ନ ପାରେ

ଲଣ୍ଡନ: ୨୦୨୮ ଲସଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ । ତେବେ ଅଲିମ୍ପିକ୍ସରେ ଇଂଲଣ୍ଡ କ୍ରିକେଟ ଟିମ ଅଂଶଗ୍ରହଣ କରି ନ ପାରେ । ଅବଶ୍ୟ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ଆସନ୍ତୁ ଇଂଲଣ୍ଡ ଟିମ କ୍ରିକେଟ ଖେଳିବା ନେଇ କଣ ସମସ୍ୟା ରହିଛି । ଏହାର ପ୍ରକୃତ କାରଣ ହେଲା ଅଲିମ୍ପିକ୍ସରେ ଇଂଲଣ୍ଡ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଓ ୱେଲ୍ସ ଗ୍ରେଟ ବ୍ରିଟେନ ପତାକା ତଳେ ଖେଳୁଛନ୍ତି । ହକି, ଫୁଟବଲ ଏବଂ ଅନ୍ୟ କେତୋଟି ଖେଳରେ ସେମାନେ ମିଳିତ ଭାବେ ଖେଳିଥାନ୍ତି । ଯଦି ଏହା ହୁଏ ତେବେ କ୍ରିକେଟରେ ମଧ୍ୟ ଏହି ଦେଶଗୁଡିକର ଖେଳାଳିମାନେ ମିଳିତ ଭାବେ ଖେଳିବେ । ତେବେ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତି ହୋଇ ନାହିଁ ।

ଯଦି ଇଂଲଣ୍ଡ ଏକୁଟିଆ ଅଲିମ୍ପିକ ଖେଳିବାକୁ ଚାହିଁବ ତେବେ ତାଙ୍କ କ୍ରିକେଟ ଟିମ ସିଧାସଳଖ ଯୋଗ୍ୟତା ହାସଲ କରିବ । ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ପ୍ରଥମ ୬ଟି ଟିମ ସିଧାସଳଖ ଯୋଗ୍ୟତା ହାସଲ କରିବେ । ଅନ୍ୟଟିମକୁ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ସୁଯୋଗ ମିଳିବ । କ୍ରିକେଟକୁ ନେଇ ଗ୍ରେଟ ବ୍ରିଟେନ ପକ୍ଷରୁ କୌଣସି ନିଷ୍ପତି ନିଆଯାଇ ନାହିଁ ।

Comments are closed.