ଆଡିଲେଡ: ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ପୂନର୍ବାର ନିରାଶ କରିଛନ୍ତି । ପ୍ରଥମ ୨ଟି ଟେଷ୍ଟ ଜିିତିଥିବା ଅଷ୍ଟ୍ରେଲିଆ ଆଶେସ ସିରିଜ ହାତେଇବା ପାଇଁ ଆଉ ୪ଟି ଆବଶ୍ୟକ କରୁଛି । ୪୩୫ ରନର ଲକ୍ଷ୍ୟକୁ ପିଛା କରି ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଛି । ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ଆଉ ୪ଟି ୱିକେଟର ଆବଶ୍ୟକ ହେଉଥିବା ବେଳେ ଇଂଲଣ୍ଡକୁ ୨୨୮ ରନ କିମ୍ବା ଦିନଯାକ ଖେଳିବାକୁ ପଡିବ । ଯାହାକି ପ୍ରାୟତଃ ସମ୍ଭବପର ମନେ ହେଉନି ।
ଷ୍ଟମ୍ପସ ଅପସାରଣ ବେଳକୁ ଜେମୀ ସ୍ମିଥ ୨ ଓ ୱିଲ ଜ୍ୟାକ୍ସ ୧୧ ରନ କରି ଅପରାଜିତ ଅଛନ୍ତି । ଜ୍ୟାକ କ୍ରାଉଲେ ୮୫, ଜୋ ରୁଟ ୩୯ ଓ ହ୍ୟାରୀ ବ୍ରୁକ ୩୦ ରନ କରି ଆଉଟ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କୁମିନ୍ସ ଓ ନାତାନ ଲାୟନ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୭୧ ରନ ଜବାବରେ ଇଂଲଣ୍ଡ ୨୮୬ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩୪୯ ରନ କରିଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବା ବେଳେ ନାଥାନ ଅଷ୍ଟ୍ରେଲିଆକୁ ସଫଳ ଭାବେ ମ୍ୟାଚକୁ ପ୍ରତ୍ୟାବର୍ତନ କରିଛନ୍ତି ।