Latest Odisha News

BREAKING NEWS

ପ୍ରଥମ ଟିମ ଭାବେ ଟେଷ୍ଟ କ୍ରିକେଟରେ ୫ଲକ୍ଷ ରନ କଲା ଇଂଲଣ୍ଡ

ଲଣ୍ଡନ: ଟେଷ୍ଟ କ୍ରିକେଟ ଇତିହାସରେ ଇଂଲଣ୍ଡ ପ୍ରଥମ ଦଳ ଭାବେ ଏକ ବଡ ଲପଲବ୍ଧି ହାସଲ କରିଛି । ଇଂଲଣ୍ଡ ପ୍ରଥମ ଟିମ ଭାବେ କ୍ରିକେଟର ଏହି ଫର୍ମାଟରେ ୫ଲକ୍ଷ ରନ ପୂର୍ଣ୍ଣ କରିଛି । ହ୍ୟାରୀ ବ୍ରୁକ୍ସ ନ୍ୟୁଜିଲାଣ୍ଡର ୱିିଲିୟମ ଓରୁରକିଙ୍କ ବଲରେ ୨ ରନ ନେବା ପରେ ଇଂଲଣ୍ଡ ଏହି ଲ୍ୟାଣ୍ଡମାର୍କ ଛୁଇଁଥିଲା । ଓଭରାଲ ୧୦୮୨ ଗେମ୍ସ, ୧୪୭ ବର୍ଷ ଓ ୭୧୭ କ୍ରିକେଟର ଏହି କୀର୍ତିମାନ ସ୍ଥାପନ କରିବାରେ ସହାୟ ହୋଇଛନ୍ତି । ଅଷ୍ଟ୍ରେଲିଆ ୪୨୮୦୦୦ ରନ ସହ ଦ୍ୱିତୀୟ ଓ ଭାରତ ୨୭୮୭୫୨ ରନ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଫର୍ମାଟରେ ଇଂଲଣ୍ଡ ୯୨୯ ଶତକ ସହ ଆଗରେ ରହିଛି ।

ଏହି ମ୍ୟାଚରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ ୪ର୍ଥ ଖେଳାଳି ଭାବେ ୧୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ତାଙ୍କ ପୂର୍ବରୁ ଭାରତର ସଚିନ ତେନ୍ଦୁଲକର, ଦକ୍ଷିଣଆଫ୍ରିକାର ଜ୍ୟାକ୍ସ କାଲିସ ଓ ଅଷ୍ଟ୍ରେଲିଆର ରିକି ପଂଟିଂ ଏହି କୀର୍ତିମାନ ସ୍ଥାପନ କରି ସାରିଛନ୍ତି । ସୂଚନାଯୋଗ୍ୟ, ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୮୦ ରନ ଜବାବରେ ନ୍ୟୁଜିଲାଣ୍ଡ ୧୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୫ ୱିକେଟ ବିନିମୟରେ ୩୭୮ ରନ ସଂଗ୍ରହ କରି ୫୩୩ ରନର ଅଗ୍ରଣୀ ହାସଲ କରିନେଇଛି ।

Comments are closed.