Latest Odisha News

ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ଦି ଓଭାଲ: ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ନାମରେ ଆଉ ଏକ ବିଶ୍ୱରେକର୍ଡ ଯୋଡି ହୋଇଯାଇଛି । ପ୍ରଥମ ଦିବସରେ ଇଂଲଣ୍ଡ ମାତ୍ର ୪.୨ ଓଭରରେ ଦ୍ରୁତ ଅର୍ଦ୍ଧଶତକ ହାସଲରେ ଏହି ରେକର୍ଡ ସ୍ଥାପନ କରିଛି । ଦୁଇ ଓପନର ବେନ ଡକେଟ ଓ ଅଲୀ ପୋପ ଯଥାକ୍ରମେ ୧୪ ବଲରୁ ୩୩ ଓ ୯ ବଲରୁ ୧୬ ରନ କରିଥିଲେ । ଏହା ପୂର୍ବରୁ ୧୯୯୪ରେ ଇଂଲଣ୍ଡ ୪.୩ ଓଭରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ଦଳଗତ ଅର୍ଦ୍ଧଶତକ ହାସଲ କରିଥିଲା । ସେହିପରି ୨୦୦୨ରେ ଶ୍ରୀଲଙ୍କା ବିପକ୍ଷରେ ୫ ଓଭରରେ ଅର୍ଦ୍ଧଶତକ କରିଥିଲା ।

୨୦୦୪ରେ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ୫.୨ ଓଭରରେ, ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଭାରତ ୫.୩ ଓଭରରେ ଓ ୨୦୨୩ରେ ୱେଷ୍ଟଇଣ୍ଡିଜ ବିରୋଧରେ ଟିମଇଣ୍ଡିଆ ୫.୩ ଓଭରରେ ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ । ଟେଷ୍ଟ କ୍ରିକେଟରେ ଆକ୍ରମଣାତ୍ମକ ବ୍ୟାଟିଂର ନୂଆ ଟ୍ରେଣ୍ଡ ସୃଷ୍ଟି କରିଥିବା ଇଂଲଣ୍ଡ ଆରମ୍ଭରୁ ଜ୍ୟାକ କ୍ରଲୀଙ୍କ ୱିକେଟ ହରାଇଥିଲା । ଏହାର ପ୍ରଭାବ କିନ୍ତୁ ଟିମ ଉପରେ ପଡି ନ ଥିଲା । ଓଲୀ ଓ ଡକେଟ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଜାରୀ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।

Comments are closed.