କରାଚି: ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କରାଚି କିଙ୍ଗସ୍ ବ୍ୟାଟସମ୍ୟାନ୍ ଜେମ୍ସ ଭିନ୍ସଙ୍କୁ ତାଙ୍କର ଚମତ୍କାର ଶତକ ପାଇଁ ‘ହେୟାର ଡ୍ରାୟର’ରେ ପୁରସ୍କୃତ କରାଯାଇଥିଲା। ଏଭଳି ଅଜବ ପୁରସ୍କାର ପାଇଁ ସୋସିଆଲ ମିଡିଆରେ କରାଚି ଫ୍ରାଞ୍ଚାଇଜ୍ ଏବଂ ପାକିସ୍ତାନ କ୍ରିକେଟକୁ ଖୁବ୍ ଟ୍ରୋଲ୍ କରାଯାଉଛି।
କରାଚିର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ମୁଲତାନ ସୁଲତାନ୍ସ, ମହମ୍ମଦ ରିଜୱାନଙ୍କ ୬୩ବଲରୁ ୧୦୫ ରନର ଇନିଂସ ବଳରେ ୨୩୪/୩ ରନର ବିଶାଳ ସ୍କୋର କରିଥିଲା। ତଥାପି କରାଚି କିଙ୍ଗସ୍ ବିଜୟ ହୋଇଥିଲା।
କରାଚିର ବିଜୟରେ ସବୁଠାରୁ ବଡ଼ ଯୋଗଦାନ ଜେମ୍ସ ଭିନ୍ସଙ୍କର ଥିଲା, ଯିଏକି ୪୨ ବଲ୍ ରେ ଶତକ ହାସଲ କରିଥିଲେ ଏବଂ ଖୁସଦିଲ ଶାହଙ୍କ ସହିତ ମିଶି ୧୪୨ ରନର ଭାଗୀଦାରି କରିଥିଲେ। ୧୮ତମ ଓଭରର ଶେଷ ବଲ୍ରେ ଭିନ୍ସ ଆଉଟ୍ ହୋଇଥିଲେ। ଯେତେବେଳେ କି ଖୁସଦିଲ୍ ୩୭ ବଲ୍ରେ ୬୦ ରନ୍ କରିଥିଲେ।
ତେବେ ମ୍ୟାଚ୍ ପରେ ଜେମ୍ସ ଭିନ୍ସଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟକର ଭାବେ ତାଙ୍କୁ ସ୍ପୋନସରଙ୍କ ପକ୍ଷରୁ ଏକ ହେୟାର ଡ୍ରାୟର ଉପହାର ଭାବେ ଦିଆଯାଇଥିଲା।
ଏହା ପରେ ସୋସିଆଲ ମିଡିଆରେ ୟୁଜର୍ସ ପିଏସଏଲ ଏବଂ କରାଚୀ କିଙ୍ଗସକୁ ଖୁବ୍ ଟ୍ରୋଲ କରିଛନ୍ତି। ଏତେ ବଡ଼ ଐତିହାସିକ ଇନିଂସ ପରେ ଖେଳାଳିଙ୍କୁ ହେୟାର ଡ୍ରାୟର ଦେବା ବହୁତ ଶସ୍ତା ପୁରସ୍କାର ବୋଲି ଅନେକ କମେଣ୍ଟ କରିଛନ୍ତି।
Comments are closed.