Latest Odisha News

BREAKING NEWS

ଓଲ୍ଡ ଟ୍ରାଫେଡରେ କିପରି ରହିଛି ଟିମ ଇଣ୍ଡିଆର ପ୍ରଦର୍ଶନ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ୪ର୍ଥ ମ୍ୟାଚ ଜୁଲାଇ ୨୩ରୁ ମାଂଚେଷ୍ଟରର ଓଲ୍ଡଟ୍ରାଫେଡରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଓଲ୍ଡଟ୍ରାଫେଡରେ ଭାରତକୁ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । ଟିମ ଇଣ୍ଡିଆରେ ୧୯୩୬ରେ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ମ୍ୟାଚ ଖେଳିଥିଲା । ଆଜି ପର୍ଯ୍ୟନ୍ତ ଓଭରାଲ ୯ଟି ଟେଷ୍ଟ ଭାରତ ଖେଳିଥିବା ବେଳେ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ । ୪ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ୫ଟି ଡ୍ର ରହିଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ଏଠାରେ ପ୍ରଥମ ବିଜୟ ହାସଲ କରି ଇତିହାସ ରଚିବା ପାଇଁ ଚାହିଁବ ।

୨୦୧୪ରେ ଟିମ ଇଣ୍ଡିଆ ଏଠାରେ ଶେଷ ମ୍ୟାଚ ଖେଳିଥିଲା । ଦଳ ଇନିଂସ ୫୪ ରନରେ ପରାଜିତ ହୋଇଥିଲା । ଦଳର ଅଧିକାଂଶ ଖେଳାଳି ପ୍ରଥମ ଥର ପାଇଁ ଏଠାରେ ମ୍ୟାଚ ଖେଳୁଛନ୍ତି । ଏହାକୁ ସେମାନେ ସ୍ମରଣୀୟ କରିବାକୁ ଚାହିଁବେ । ଅପରପକ୍ଷରେ ଇଂଲଣ୍ଡ ଏଠାରେ ୮୪ ଟେଷ୍ଟ ଖେଳିଛି । ୩୩ରେ ବିଜୟ ହାସଲ କରିଥିବା ବେଳେ ୧୫ରେ ପରାଜିତ ହୋଇଛି । ୩୬ ମ୍ୟାଚ ଡ୍ର ରହିଛି । ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟଙ୍କ ପ୍ରଦର୍ଶନ ଏଠାରେ ଭଲ ରହିଛି । ସେ ୧୧ ଟେଷ୍ଟରେ ୯୭୮ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଦ୍ୱିଶତକ ଓ ୭ ଅର୍ଦ୍ଧଶତକ ସାମିଲ । ଘରୋଇ ପରିବେଶରେ ଇଂଲଣ୍ଡ ଅଗ୍ରଣୀ ରହିଥିବାରୁ ଟିମ ଇଣ୍ଡିଆ ସିରିଜ ବଂଚାଇବା ଲକ୍ଷ୍ୟରେ ନିଶ୍ଚିତ ଭାବେ ଚାପରେ ରହିବ ।

Comments are closed.