କାଣ୍ଡି: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ସୁପର ଏଇଟ ମୁକାବିଲାରେ ଇଂଲଣ୍ଡ ୨ ୱିକେଟରେ ପାକିସ୍ତାନକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ହ୍ୟାରୀ ବ୍ରୁକଙ୍କ ଆକର୍ଷଣୀୟ ଶତକ ଯୋଗୁ ପାକିସ୍ତାନ ହାତରୁ ଇଂଲଣ୍ଡ ମ୍ୟାଚ ଛଡେଇ ଆଣିଥିଲା । ଅପରପକ୍ଷରେ ସେମିଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନ ଦଳ ଭାଗ୍ୟ ଭରୋଷାରେ ରହିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୯ ୱିକେଟ ହରାଇ ୧୬୪ ରନ କରିଥିଲା । ସାହିବଜାଦା ଫରହାନ ୬୩ ରନ କରିଥିଲେ । ବାବର ଆଜମ ଓ ଫଖର ଜମାନ ୨୫ ଲେଖାଏଁ ରନ ସଂଗ୍ରହ କରିଥିଳେ ।
ଇଂଲଣ୍ଡ ପକ୍ଷରୁ ଲିୟାମ ଡସନ ୩ଟି ୱିକେଟ ନେଇଥିଲେ । ୧୬୫ ରନର ଲକ୍ଷ୍ୟକୁ ଇଂଲଣ୍ଡ ୧୯.୧ ଓଭରରେ ୮ ୱିକେଟ ହରାଇ ହାସଲ କରି ନେଇଥିଲା । ବ୍ରୁକ ୫୧ ବଲରେ ୧୦୦ ରନ କରିଥିଲେ । ସେ ତାଙ୍କ ଇନିଂସରେ ୧୦ଟି ଚୌକା ଓ ୪ଟି ଛକା ମାରିଥିଲେ । ୱିଲ ଜ୍ୟାକ୍ସ ୨୮ ରନ କରି ଅପରାଜିତ ରହିଥିଲେ । ଶାହୀନ ଶାହ ଆଫ୍ରିଦୀ ୪ଟି ୱିକେଟ ନେଇଥିଲେ ।