Latest Odisha News

BREAKING NEWS

ବ୍ୟର୍ଥ ହେଲା ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ, ୨୨ ରନରେ ଜିତିଲା ଇଂଲଣ୍ଡ

ଲଣ୍ଡନ: ଏଠାରେ ଅନୁଷ୍ଠିତ ରୋମାଂଚକ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୨୨ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଇଂଲଣ୍ଡ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୭୦ ରନରେ ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଉପଯୁକ୍ତ ସହଯୋଗ ପ୍ରଦାନ କରି ନ ଥିଲେ । ଜାଡେଜା ୬୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ରାହୁଲ ୩୯ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ଓ ବେନ ଷ୍ଟୋକ୍ସ ୩ଟି ଲେଖାଏଁ ୱିକେଟ ନେଇଥିଲେ । ବ୍ରେଣ୍ଡନ କୋର୍ସ ୨ଟି ଏବଂ କ୍ରିସ ୱକ୍ସ ଓ ଶୋଏବ ବଶୀର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଜୋ ରୁଟଙ୍କ ୧୦୪ ରନ ସହାୟତାରେ ୩୮୭ ରନ କରିଥିଲା । ଜବାବରେ ଭାରତ କେଏଲ ରାହୁଲଙ୍କ ୧୦୦ ରନ ବଳରେ ସମାନ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୨ ରନ କରି ଅଲଆଉଟ ହୋଇ ଯାଇଥିଲା । ରୁଟ ସର୍ବାଧିକ ୪୦ ରନ କରିଥିଲେ । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୪ଟି ୱିକେଟ ନେଇଥିଲେ । ୧୯୩ ରନର ଲକ୍ଷ୍ୟକୁ ପିଛା କରିବା ବେଳେ ଭାରତର ଟପ ଅର୍ଡର ଧୈର୍ଯ୍ୟ ସହକାରେ ବ୍ୟାଟିଂ ନ କରିବା ଯୋଗୁ ଦଳ ପରାଜୟବରଣ କରିଥିଲା ।

Comments are closed.