Latest Odisha News

BREAKING NEWS

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିରେ ଇଂଲଣ୍ଡର ଦମଦାର ବିଜୟ । ବଟଲରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ୫୨ ବଲରୁ ଅପରାଜିତ ୮୩ ରନ ସଂଗ୍ରହ କରିଥିବା ଜୋସ ବଟଲରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଏହି ବିଜୟ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି ।

BjdElectrycity

୧୫୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ୧୮.୨ ଓଭରରେ ୨ ଓ୍ବିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ ଜୋସ ବଟଲର ସର୍ବାଧିକ ୮୩ ରନ କରିଥିବା ବେଳେ, ବେୟାରଷ୍ଟୋ ୪୦ ଓ ମଲାନ ୧୮ ରନ କରିଥିଲେ । ସେହିପରି ଭାରତ ପକ୍ଷରୁ ଚହଲ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ବିକେଟ ହରାଇ ୧୫୬ ରନ କରିଥିଲା । ବିରାଟ କୋହଲି ୪୬ ବଲରୁ ୭୭ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ସେହିପରି ଋଷଭ ପନ୍ଥ ୨୫ ରନ କରିଥିବା ବେଳେ, ହାର୍ଦ୍ଧିକ ପାଣ୍ଡ୍ୟା ୧୭ ଓ ରୋହିତ ଶର୍ମା ୧୫ ରନ କରିବାରେ ସକ୍ଷମ ହୋଇଥିଲେ । ଆଜି ପୁଣି ଖାତା ଖୋଲିନପାରି ଶୂନରେ ଆଉଟ ହୋଇଥିଲେ କେ.ଏଲ ରାହୁଲ ।

Leave A Reply

Your email address will not be published.