ଭୁବନେଶ୍ୱର: ଅଧିକ ସୁଧର ଲୋଭ ଦେଖାଇ ଠକେଇ କରିଥିବା ଅଭିଯୋଗରେ ଚିଟ୍ ଫଣ୍ଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜୟଦୀପ ରାହା ଗିରଫ । ଓଡିଶା କ୍ରାଇମବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) ଏହି ଗିରଫ କରିଛି । ଓଡିଶାରୁ ୨.୬୨ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ରହିଛି। ୨୦୧୦ରୁ ୨୦୧୪ ମଧ୍ୟରେ ଓଡ଼ିଶାର ୧୯୬୮ଜଣଙ୍କଠାରୁ ଟଙ୍କା ଠକେଇ ହୋଇଥିବା ନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ହୋଇଥିଲା। ଏହି କମ୍ପାନି ନାଁରେ ପଶ୍ଚିମବଙ୍ଗରେ ବି ଠକେଇ ମାମଲା ରହିଛି। ପୂର୍ବରୁ ସଂସ୍ଥାର ୪ ମ୍ୟାନେଜିଂ ଡାଇରେକ୍ଟରଙ୍କୁ ଗିରଫ କରଯାଇଥିଲା।
ପୁରୀ ଜିଲ୍ଲା ବଳଙ୍ଗ ଥାନା ଅନ୍ତର୍ଗତ ଭାନୁପୁରର ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗ କରିଥିଲେ। ଆମ୍ବିସିୟସ ଡାଇଭର୍ସିଫାଏଡ଼ ପୋଜେକ୍ଟ ଲିମିଟେଡ଼ କମ୍ପାନୀ, କୋଲକାତା ଓଏକେ ଇଣ୍ଡିଆ ମଲଟିଷ୍ଟେଟ କ୍ରେଡିଟ କୋପରେଟିଭ ସୋସାଇଟି ନାମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ଆମ୍ବିସିୟସ ଡାଇଭର୍ସିଫାଏଡ଼ ପୋଜେକ୍ଟ ଲିମିଟେଡ଼ କମ୍ପାନୀ, କୋଲକାତା ଓଏକେ ଇଣ୍ଡିଆ ମଲଟିଷ୍ଟେଟ କ୍ରେଡିଟ କୋପରେଟିଭ ସୋସାଇଟି ୨୦୧୧ ଓ ୨୦୧୨ରେ କୋଟିଏ ୮୩ ଲକ୍ଷ ଟଙ୍କା ଯେଟେକ୍ସ ଓସିଏନାର ପ୍ରାଇଭେଟ ଲିମିଟେଡକୁ ପଠାଇ ଦେଇଥିଲେ। ଏ ନେଇ ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାପରେ ତାଙ୍କୁ ଗିରଫ କରିଛି ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍।
Comments are closed.