Latest Odisha News

BREAKING NEWS

୮.୧୫ ପ୍ରତିଶତକୁ ବଢ଼ିଲା EPFO ସୁଧହାର, ଲାଭବାନ ହେବେ ୫ କୋଟିରୁ ଅଧିକ କର୍ମଚାରୀ

ଭୁବନେଶ୍ୱର : ମାର୍ଚ୍ଚ ମାସ ଶେଷ ଆଡକୁ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ସରକାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା ଯାହାକୁ ବର୍ତ୍ତମାନ ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ସୂଚନା ମୁତାବକ ସୋମବାର ବସିଥିଲା ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନର ବୈଠକ। ଯେଉଁଥିରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ଏହି ନିଷ୍ପତ୍ତିକୁ ଅର୍ଥମନ୍ତ୍ରଣାଳୟକୁ ପଠାଯିବ । ଏହାକୁ ସରକାର ଅନୁମୋଦନ ଦେବା ପରେ କର୍ମଚାରୀଙ୍କ EPFO ଖାତାରେ ସୁଧରାଶି ଜମାହେବ । ୨୦୨୨-୨୩ ବର୍ଷ ପାଇଁ ଲାଗୁ କରାଯିବାକୁ ଥିବା ଏହି ବର୍ଦ୍ଧିତ ସୁଧହାର ଯୋଗୁଁ ଲାଭ ପାଇବେ ପ୍ରାୟ ୫ କୋଟିରୁ ଅଧିକ କର୍ମଚାରୀ ।

Leave A Reply

Your email address will not be published.