Latest Odisha News

BREAKING NEWS

ଆଇଆର୍‌ସିର ଉପ-ସଭାପତି ଭାବେ ନିର୍ବାଚିତ ହେଲେ ଇଆଇସି ଏଲ୍‌.କେ.ପାଢୀ

ଭୁବନେଶ୍ବର: ରାଜପଥ ଇଞ୍ଜିନିୟରମାନଙ୍କର ସର୍ବୋଚ୍ଚ ସଂଗଠନ, ଆଇଆର୍‌ସିର ୮୪ତମ ସଂସ୍କରଣର ୨୩୬ତମ ପରିଷଦ ବୈଠକରେ ନୂତନ ପଦାଧିକାରୀମାନଙ୍କ ନାମ ଘୋଷଣା କରାଯାଇଛି।

ତେଲେଙ୍ଗାନା ସରକାରଙ୍କ ସଡ଼କ ଓ ବିଲ୍ଡିଂ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌, ଇଂ. ଜେ.ମୋହନ ନାଏକ ଆଇଆର୍‌ସିର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍ ତଥା ସ୍ୱତନ୍ତ୍ର ସଚିବ ଇଂ. ଏଲ୍‌.କେ ପାଢୀ ଆଇଆର୍‌ସିର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ତାଙ୍କର ଅନନ୍ୟ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ପରିବହନ କ୍ଷେତ୍ରରେ ଅଭିନବ ଏବଂ ସ୍ଥାୟୀ ଇଞ୍ଜିନିୟରିଂ ବ୍ୟବସ୍ଥାକୁ ଆଗକୁ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତାଙ୍କ ସଫଳତା ସାରା ଭାରତରେ ଇଞ୍ଜିନିୟରମାନଙ୍କ ପାଇଁ ପ୍ରେରଣା ସାଜିବ । ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ୍ ଆସୋସିଏସନ ଏ ନେଇ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ନୂତନ ଭୂମିକା ଦେଶବ୍ୟାପୀ ରାଜପଥ ଯୋଜନା, ଇଞ୍ଜିନିୟରିଂ ଏବଂ ପରିଚାଳନାରେ ଉଚ୍ଚ-ମାନଦଣ୍ଡକୁ ପ୍ରୋତ୍ସାହିତ କରିବା ସହ ଆଇଆର୍‌ସିର ଅଭିଯାନକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

 

Comments are closed.