Latest Odisha News

ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ତ୍ରୁଟି; ଓଡ଼ିଆରେ ପ୍ରଶ୍ନପତ୍ର ଦେଖି ମୁଣ୍ଡ ଘୁରିଗଲା, କିଛି ବୁଝି ହେଲାନି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି । ଓଡ଼ିଆରେ ଲେଖା ହୋଇଛି ପ୍ରଶ୍ନ ହେଲେ ଓଡ଼ିଆ ପିଲା ବୁଝି ପାରୁନାହାନ୍ତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିବା ଛାତ୍ରଛାତ୍ରୀ ବି ଖାତାରେ ସନ୍ତୋଷଜନକ  ଉତ୍ତର ଲେଖି ପାରିନାହାନ୍ତି ।

ଓଡ଼ିଆରେ ପ୍ରଶ୍ନପତ୍ର ଆସିବ । ଓଡ଼ିଆରେ ଲେଖିବେ । ଏଥିପାଇଁ ଖୁସି ଖୁସି ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ପ୍ରଶ୍ନପତ୍ର ଦେଖିବା ପରେ ଯେମିତି ଚଡକ ପଡ଼ିଥିଲା । ପ୍ରଶ୍ନପତ୍ରରେ କ’ଣ ଲେଖାଯାଇଛି ତାହା ପିଲାମାନେ ଭଲ ଭାବେ ଜାଣି ପାରି ନ ଥିଲେ । ଅଧିକାଂଶ ଛାତ୍ରଛାତ୍ରୀ ପ୍ରଶ୍ନ ଠିକଭାବେ ବୁଝି ପାରି ନ ଥିବାରୁ ଉତ୍ତର ମଧ୍ୟ ଠିକଭାବେ ଲେଖି ପାରି ନ ଥିଲେ । ରାଜ୍ୟ ସରକାରଙ୍କ ଖାମଖିଆଲ ମନେଭାବ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହି ପରୀକ୍ଷା ପୁନର୍ବାର ତ୍ରୁଟିଶୂନ୍ୟ ଭାବେ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛ୍ରାତୀ ।

ଏପରି ତ୍ରୁଟି ଦୁ୍ର୍ଭାଗ୍ୟଜନକ ବୋଲି କହି ସରକାରକୁ କଡ ସମାଲୋଚନା କରିଛି ବିଜେଡି । ଲକ୍ଷାଧିକ ଚାକିରୀ ଆଶାୟୀଙ୍କ ମାନସିକତା ସହ ରାଜ୍ୟ ସରକାର ଖେଳୁଛନ୍ତି ବୋଲି କହିଛି ବିଜେପି । ଏପରି ପ୍ରଶ୍ନପତ୍ରରେ ଏପରି ତ୍ରୁଟି ପାଇଁ କିଏ ଉତ୍ତର ଦାୟୀ  ବୋଲି ପ୍ରଶ୍ନ କରିଛି ବିଜେପି

 ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ‘ଓଡ଼ିଶାରେ ଓଡ଼ିଆ ପ୍ରଶ୍ନପତ୍ର ନିର୍ଭୁଲ ହୋଇ ପାରୁନି। ଆଜି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋଇଥିବା ପରୀକ୍ଷା ପାଣିରେ ପଡ଼ିଲା ପିଲାଙ୍କ ଶ୍ରମ, ସମୟ ଅପଚୟ ହେଲା। ରାଜ୍ୟ ସରକାର ଅଣ ଓଡ଼ିଆ ପ୍ରେମ ଛାଡ଼ନ୍ତୁ। ଭାଷାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ।’

ଏ ନେଇ ସୋସଆଲ ମିଡିଆରେ ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ରଖିଛନ୍ତି । ଏପରକି ପୁନର୍ବାର ପରୀକ୍ଷା କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଅନ୍ୟପକ୍ଷେ  OSSC  କର୍ତ୍ତୃପକ୍ଷ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଆଶାୟୀ ପ୍ରାର୍ଥୀଙ୍କୁ ପ୍ରତିଶୟ୍ରୁତି ଦେଇଛନ୍ତି ।

 

Comments are closed.