Latest Odisha News

BREAKING NEWS

ନବରାତ୍ରୀରେ ଘରକୁ ଆଣନ୍ତୁ ଏହି ଜିନିଷ, ମିଳିବ ଶୁଭଫଳ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ନବରାତ୍ରୀ ଅତ୍ୟନ୍ତ ଖାସ ହୋଇଥାଏ । ଏହା କେବଳ ଭାରତରେ ନୁହେଁ କି ବରଂ ଭାରତ ବାହାରେ ମଧ୍ୟ । ମାଆ ଦୁର୍ଗାଙ୍କର ବିଭିନ୍ନ ସ୍ଵରୂପ ନବରାତ୍ରିର ୯ ଦିନ ପୂଜା କରାଯାଏ । ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । ଏଥର ନବରାତ୍ରୀ ୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୩ ଅକ୍ଟୋବରରେ ଶେଷ ହେବ ।

ଶାରଦୀୟ ନବରାତ୍ରୀ ସମୟରେ, ଦେବୀ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ପୂଜାପାଠ କରନ୍ତି । କୁହାଯାଏ କି ନବରାତ୍ରୀର 9 ଦିନ ଦେବୀ ମାତା ପୃଥିବୀରେ ଭ୍ରମଣ କରି ଭକ୍ତଙ୍କ ଦୁଃଖ ଦୂର କରନ୍ତି । ଏଣୁ ନବରାତ୍ର ଦିନଗୁଡିକୁ ଶୁଭ ବୋଲି ମାନିଥାନ୍ତି ଲୋକେ । ତେଣୁ ଦଶହରାରେ ଘରକୁ କିଛି ନୂଆ ଜିନିଷ କିଣି ଆଣିଲେ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ଜିନିଷ ଘରକୁ ଆଣିଲେ ଶୁଭ…

ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ମୂର୍ତ୍ତି କିଣିପାରିବେ। ଏହି ମୂର୍ତ୍ତିକୁ ପୂଜା ଘରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହିତ ଜୀବନ ସୁଖମୟ ହୋଇଥାଏ। ନବରାତ୍ରୀର ପୂଜା କଳସ ସ୍ଥାପନାରୁ ଆରମ୍ଭ ହୋଇଥାଏ। କଳସ ହେଉଛି ଶୁଭର ପ୍ରତୀକ। ତେଣୁ ମାଟି, ପିତ୍ତଳ, ରୁପା କିମ୍ବା ସୁନାର କଳସ କିଣି ଘରକୁ ଆଣନ୍ତୁ।

ମା’ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ନବରାତ୍ରୀରେ ମା’ଙ୍କର ଧ୍ବଜା ବା ପତାକା ଆଣି ଘରର ଛାତ ଉପରେ ଲଗାଇବା ଶୁଭ ହୋଇଥାଏ। ନବରାତ୍ରୀରେ ମା’ଙ୍କ ନାମ ଜପ କରିବା ପାଇଁ ରକ୍ତ ଚନ୍ଦନର ମାଳା ଘରକୁ ଆଣିବା ବହୁତ ଶୁଭ ହୋଇଥାଏ। ନବରାତ୍ରୀ ପୂଜାରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲାଲ୍‌ ରଙ୍ଗର ଓଢ଼ଣୀ ବା ଶାଢ଼ି ଅର୍ପଣ କରାଯାଏ। ତେଣୁ ଏହି ନବରାତ୍ରୀରେ ଲାଲ୍‌, ହଳଦିଆ କିମ୍ବା ଗୋଲାପି ରଙ୍ଗର ଶାଢ଼ି ବା ଓଢ଼ଣୀ ଆଣି ମା’ଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ମା’ଙ୍କ ଆଶୀର୍ବାଦରୁ ସବୁ ବାଧାବିଘ୍ନ ଦୂର ହୋଇଥାଏ।

Leave A Reply

Your email address will not be published.