ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇ ସାରିଛି ପ୍ରାକ୍ ବାତ୍ୟା ମୁକାବିଲା କାମ । ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଏସବୁ ଜିଲ୍ଲାର ତଳି ଅଞ୍ଚଳରେ ଜୋରସୋରରେ ଚାଲିଛି ଲୋକଙ୍କୁ ସ୍ଥାନାନ୍ତର କାମ । ଆଜି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି ।
ବାଲେଶ୍ୱରରେ ପ୍ରଭାବିତ ହୋଇପାରେ ୨୬ଟି ପଞ୍ଚାୟତର ୧୩୬ଟି ଗାଁ । ପ୍ରାୟ ଲକେ୍ଷରୁ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ୧୪୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧୧୦୨ ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି ।
ସେହିପରି ଭଦ୍ରକ ଜିଲ୍ଲାରେ ୪୧ଟି ଗାଁରୁ ୯୪ ହଜାର ୩୬୯ ଜଣଙ୍କୁ ସ୍ଥାନାନ୍ତରଣ ପାଇଁ ପ୍ରସ୍ତତି ହୋଇଛି । ଏମାନଙ୍କୁ ୧୦୪ଟି ବାତ୍ୟା ଆଶ୍ରୟ ସ୍ଥଳୀ ସହ ୬୬୧ଟି ଅସ୍ଥାୟୀ କେନ୍ଦ୍ରରେ ରଖାଯିବ ।
କେନ୍ଦ୍ରାପଡାରେ ୧୧୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି । ଜିଲ୍ଲାରୁ ମୋଟ ୫୨୭ଟି କେନ୍ଦ୍ରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ । ସେହିପରି ଜଗତସିଂହପୁର ଜିଲ୍ଲାରେ ୨୭ଟି ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଛି । ଏସବୁ ସ୍ଥାନରେ ଲୋକଙ୍କ ରହଣି ସହ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିଛି ପ୍ରଶାସନ ।
#CycloneYaas#Bhadrak
Evacuation is being carried out under the supervision of Addl. District Magistrate (General) in presence of Tahasildar Chandabali at Amarnagar and Chandinipal. pic.twitter.com/6C6YqRgiY9— District Administration,Bhadrak (@DM_Bhadrak) May 25, 2021
Comments are closed.