ଭୁବନେଶ୍ୱର: ଇଭେଣ୍ଟଆଣ୍ଡ୍ ଏଣ୍ଟର୍ଟେନ୍ମେଣ୍ଟ ମାନେଜ୍ମେଣ୍ଟ୍ ଅଫ୍ ଇଣ୍ଡିଆର ସହଭାଗୀତାରେ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା(ଇମାଓ)ର ଶୁଭାରମ୍ଭ ହୋଇଯାଇଛି । ଏହାର ମୂଳ ଲକ୍ଷ୍ୟ ଓଡିଶାରେ କିପରି ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ସଂସ୍ଥାଗୁଡ଼ିକ କିପରି ବ୍ୟବସାୟିକ ଭିତ୍ତିରେ ସମସ୍ତ ପ୍ରକାର ସେବା ଯୋଗାଇଦେବା ସହିତ ଇଭେଣ୍ଟ ଜଗତରେ ଉନ୍ନତି ଆଣିପାରିବେ ।
ଇମାଓର ଶୁଭାରମ୍ଭ ଅବସରରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ୍ ଯାଦବ ଭାଗ ନେଇ ଇମାଓର ପ୍ରତିନିଧିମାନଙ୍କ ସହ ନେତୃତ୍ୱ, ପରିଚାଳନା ଓ ସଂଯୋଜନା ନେଇ ବିସ୍ତ୍ରୃତ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଇମାଓର ସଭାପତି ରୋଶନ୍ ଆବାସ ଯୋଗ ଦେଇ ଇଭେଣ୍ଟ ଇଣ୍ଡଷ୍ଟ୍ରି ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟାମନଙ୍କ ମଧ୍ୟରେ କାର୍ଯ୍ୟନିବାହୀ ଉପାଧ୍ୟକ୍ଷ ସମିତ୍ ଗର୍ଗ, ଏଚ୍ଆର୍ଏଓ ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସର୍ (ଏଆଇଟିଓ)ର ଅଧ୍ୟକ୍ଷ ଜେ. କେ ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ଓଏଫ୍ଡ଼ିସି ଚେୟାରମ୍ୟନ୍ କୁନା ତ୍ରିପାଠୀ, ସାମ୍ବାଦିକ ପ୍ରସନ୍ନ ପଣ୍ଡା, ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ରଞ୍ଜନ କୁମାର ଦାସ, ମେ ଫେୟାର ହୋଟେଲ୍ ଆଣ୍ଡ୍ ରିସୋର୍ଟ ସଭାପତି ମନୋଜ ଗୈାଡ, କମତ୍ ଗ୍ରୁପ୍ ଅଫ୍ ହୋଟେଲ୍ ସିଇଓ ବିଶାଲ୍ କମତ୍ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.