ନୂଆଦିଲ୍ଲୀ: ଭାରତୀୟ ରେସଲରଙ୍କ ପ୍ରଦର୍ଶନ ଏବେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ସେମାନଙ୍କ ଧାରଣ ରାଜନୈତିକ ରୂପ ମଧ୍ୟ ନେଇସାରିଛି । ନୂତନ ସଂସଦ ଭବନ ଯିବାବେଳେ ପୋଲିସ ରେସଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜନ୍ତରମନ୍ତରରୁ ତମ୍ବୁ ଉଠେଇ ଦେଇଥିଲା । ଏହା ପରେ ରେସଲରମାନେ ଗଙ୍ଗା ନଦୀରେ ପଦକ ପକାଇବାକୁ ପଂହଚିଛନ୍ତି । ର୍ପୂବରୁ ଆମେରିକାର ମହାନ ବକ୍ସର ମହମ୍ମଦ ଅଲୀ ମଧ୍ୟ ଏହି ପନ୍ଥା ଆପଣାଇଥିଲେ । ରୋମ ଅଲିମ୍ପିକ୍ସରୁ ପଦକ ଜିତି ଫେରିବା ପରେ ଦିନେ ଅଲୀ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ସେଠାରେ ସେ ଅଶ୍ୱେତ ହୋଇଥିବାରୁ ତାଙ୍କୁ ଅପମାନିତ କରାଯିବ ସହ ଭିତରକୁ ଛଡା ଯାଇ ନ ଥିଲା । ଅଲୀ ଏହା ପରେ ନିଜ ଅଲିମ୍ପିକ ପଦକକୁ ଓହିୟୋ ନଦୀରେ ଫିଙ୍ଗି ଦେଇଥିଲେ ।
ସେ ସମୟରେ ଏହି ଘଟଣା ବେଶ ଚର୍ଚ୍ଚାର କାରଣ ସାଜିଥିଲା । ପରେ ତାଙ୍କୁ ସମ୍ମାନୀତ କରାଯିବା ସହ ୧୯୯୬ ଆଟାଲାଂଟା ଅଲିମ୍ପିକ୍ସରେ ଆଉ ଏକ ମଡେଲ ପ୍ରଦାନ କରାଯାଇଥିଲା । ଭାରତର ପ୍ରତିଷ୍ଠିତ ରେସଲର ବଜରଙ୍ଗ ପୂନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ଏହି ପଦକ୍ଷେପ ଉପରେ ଏବେ ସାରା ଦେଶ ନଜର ରଖିଛି ।
Comments are closed.