Latest Odisha News

BREAKING NEWS

ଯେଉଁଠି ବୟସ ହାର ମାନିଛି : ରାମ୍ପରେ ଚାଲିଲେ ୭୧ ବର୍ଷୀୟା ଅଭିନେତ୍ରୀ

ମୁମ୍ବାଇ: ସତୁରୀ ଦଶକରେ ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ଜିନତ ଅମାନ ଏବେ ଚର୍ଚ୍ଚାରେ । କାରଣ ୭୧ ବର୍ଷ ବୟସରେ ରାମ୍ପରେ କରିଛନ୍ତି ୱାକ୍ । ନିକଟରେ ଅନୁଷ୍ଠିତ ଲାକ୍ମୀ ଫ୍ୟାଶନ ୱିକ୍‌-୨୦୨୩ରେ ଜିନତକୁ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଛି । ଫେମସ୍ ଡିଜାଇନର ଶାହିନ ମେନନଙ୍କ ଶୋ’ରେ ଜିନତ ସାମିଲ ହୋଇଥିଲେ । ରାମ୍ପରେ ଚାଲିବା ବେଳେ ସମସ୍ତେ ତାଙ୍କ ଆତ୍ମବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡ଼ିଆରେ ଏବେ ଏହାର ଫଟୋ ଏବଂ ଭିଡିଓ ଛାଇ ହୋଇଯାଇଛି ।

ଆୟୋଜକ ଲାକ୍ମୀ ଫ୍ୟାଶନ ୱିକ୍ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ଜିନତ ଲାଲ ଏବଂ କଳା ରଙ୍ଗର ପ୍ରିଣ୍ଟେଡ୍ ଶୁଟ୍ ପିନ୍ଧିଥିବା ବେଳେ କଳା ରଙ୍ଗର ସନ୍‌ଗ୍ଲାସ ପିନ୍ଧିଥିଲେ । ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିବା ଜିନତ୍ ଫେମିନା ମିସ୍ ଇଣ୍ଡିଆ ଏବଂ ମିସ୍ ଏସିଆ ପେସିଫିକ୍ ଇଣ୍ଟରନ୍ୟାଶନାଲରେ ଭାଗ ନେଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା । ୧୯୭୦ ମମସିହାରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଜିନତ୍ । ୧୯୭୧ରେ ରିଲିଜ ହୋଇଥିବା ‘ହରେ ରାମ ହରେ କୃଷ୍ଣ’ ତାଙ୍କୁ ରାତାରାତି ସୁପରଷ୍ଟାର କରିଥିଲା ।

Comments are closed.