ପୁରୀ: ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର, ଚାଲିଛି ଉଚ୍ଛେଦ । ଅଭଡ଼ା ଯୋଜନା ଅନ୍ତର୍ଗତ ବିଚ୍ ଫ୍ରଣ୍ଟ ଡେଭେଲପମେଣ୍ଟ ଯୋଜନାରେ ପୁରୀ ବେଳାଭୂମି ମାର୍ଗକୁ ପ୍ରଶସ୍ତିକରଣ କରାଯାଉଛି । ପର୍ଯ୍ୟଟକ ମାନଙ୍କ ଚଳପ୍ରଚଳ ଓ ବେଳାଭୂମି ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ସୌନ୍ଦର୍ଯ୍ୟକରଣ କରାଯାଉଛି ।
ଗତ ନଭେମ୍ବର ୨୦୨୧ରେ ପୁରୀ ବେଳାଭୂମିର ଦୁଇପାର୍ଶ୍ଵରେ ଥିବା ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ଉଛେଦ କରାଯାଇଥିଲା । ଏହି ଉଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ସ୍ୱର୍ଗଦ୍ୱାର ଚୈତନ୍ୟ ଛକଠାରୁ ଷ୍ଟର୍ଲିଂ ପର୍ଯ୍ୟନ୍ତ ଜବରଦଖଲକାରୀ ଓ ଦୁଇ ପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଉଛେଦ କରାଯାଇଛି ।
ଉଭୟ ପାର୍ଶ୍ଵରେ ରାସ୍ତାକୁ ମାଡ଼ି ଆସିଥିବା କାନ୍ଥ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଶ୍ରୀକ୍ଷେତ୍ରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଓ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି । ସନ୍ଧ୍ୟାରେ ଟ୍ରାଫିକ୍ ଜାମ ପରିସ୍ଥିତି ମଧ୍ୟ ଉପୁଜୁଛି । ତେଣୁ ବେଳାଭୂମି ମାର୍ଗ ପ୍ରଶସ୍ତିକରଣ କରି ଏହି ଅସୁବିଧା ଦୂର କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ ।
Comments are closed.