Latest Odisha News

BREAKING NEWS

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର: ନୀଳଗିରି ଜିଲ୍ଲାପାଳଙ୍କ ସହ ପାଟିତୁଣ୍ଡ ପରେ ଧାରଣାରେ ବସିଥିବା ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ପାଖାପାଖି ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଗତଶୁକ୍ରବାର ଦିନ ସକାଳ ପ୍ରାୟ ୮ଟା ବେଳେ ତହସିଲଦାର ସୁଶ୍ରିତା ଟୁଡୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ଜେପିସି ମାଧ୍ୟମରେ କଚେରୀ ହତା ମଧ୍ୟରେ ରହିଥିବା ଅସ୍ଥାୟୀ ଘରଗୁଡ଼ିକୁ ଭାଙ୍ଗୁଥିବା ବେଳେ ଏସମ୍ପର୍କରେ ଖବର ପାଇ ବିଧାୟକ ସୁକାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଧାୟକ ଶ୍ରୀ ନାୟକ କହିଥିଲେ ଯେ, ପ୍ରଥମେ ଥଇଥାନ ପରେ ଏହି ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ତାଙ୍କ ସହିତ ଜିଲ୍ଲାପାଳ ଏବଂ ମନ୍ତ୍ରୀ କଥା ହୋଇଥିଲେ । ତେଣୁ କାହାକୁ ନଜଣାଇ ଏପରି କାହିଁକି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଧାୟକ ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ ।

ଏହାକୁ ନେଇ ତହସିଲଦାର ଶ୍ରୀମତୀ ଟୁଡୁ ଏବଂ ବିଧାୟକ ଶ୍ରୀ ନାୟକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ବିଧାୟକ ଶ୍ରୀ ନାୟକ ଏହାର ପ୍ରତିବାଦରେ ତହସିଲ ଅଫିସ ପରିସରରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ । ଏପରିକି ଆଇନଜୀବୀ ଏବଂ ମୋହରିରମାନେ ମଧ୍ୟ ତହସିଲ ଏବଂ କୋର୍ଟ ପରିସରରେ ତାଲା ପକାଇ ଧାରଣାରେ ବସିରହିଥିବାର ସୂଚନା ମିଳିଛି ।

ତେବେ ଇତିମଧ୍ୟରେ ଗତକାଲି ରାତି ପାଖାପାଖି ୧୧ଟା ୩୦ମି. ସମୟରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ତହସିଲ ଅଫିସ ପରିସରରେ ଧାରଣାରେ ବସିଥିବା ବିଧାୟକଙ୍କୁ ଭେଟି ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବାପରେ ବିଧାୟକ ଅନଶନ ଭାଙ୍ଗିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.