ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ ଦୀପକ କୋଚ୍ଚର । ଗତକାଲି ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିବା ପରେ ଗତକାଲି ଉଭୟଙ୍କୁ ଜାମିନ ମିଳିଥିଲା । ଆଜି ସେମାନେ ଜେଲରୁ ମୁକୁଳିଛନ୍ତି ।
ଗତକାଲି ଉଭୟଙ୍କ ଗିରଫଦାରିକୁ ଚାଲେଞ୍ଜ କରି ଆଗତ ଏକ ଯାଚିକାର ଶୁଣାଣି କରିଥିଲେ ବମ୍ବେ ହାଇକୋର୍ଟ । ଶୁଣାଣିରେ କୋର୍ଟ ଉଭୟଙ୍କ ଗିରଫଦାରୀ ଆଇନ ଅନୁଯାୟୀ ହୋଇନାହିଁ ବୋଲି କହିଥିଲେ। ଜଷ୍ଟିସ୍ ରେବତୀ ମୋହିତାଇ ଡେରେ ଏବଂ ଜଷ୍ଟିସ୍ ପି. କେ ଚହ୍ୱାନ ଖଣ୍ଡପୀଠ କହିଥିଲେ, କୋଚର ଦମ୍ପତିଙ୍କ ଗିରଫଦାରୀ ସିଆର୍ପିସି ଧାରା ୪୧-ଇ ଉଲ୍ଲଂଘନ କରିଛି। କୋର୍ଟଙ୍କ ଏହି ରାୟ ପରେ ଉଭୟଙ୍କର ମୁକିଳିବା ରାସ୍ତା ପ୍ରାୟ ସଫା ହୋଇଯାଇଥିଲା ।
ସୂଚନା ଅନୁଯାୟୀ, ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ୨୩ ଡିସେମ୍ବର ଦିନ ସିବିଆଇ ଗିରଫ କରିଥିଲା।। ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଥିବା ବେଳେ ମାର୍ଚ୍ଚ ୨୦୧୮ ରେ ଭିଡିଓକନ ଗ୍ରୁପ୍କୁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହେବ ପରେ ଏହାର ତଦନ୍ତ ଭାର ସିବିଆଇ ନେଇଥିଲା। କାଚ୍ଚର ଦମ୍ପତିଙ୍କ ଗିରଫଦାରୀ ପରେ ଡିସେମ୍ବର ୨୬ରେ ଭିଡିଓକନ ଗ୍ରୁପ ଫାଉଣ୍ଡର ବେନୁଗୋପାଳ ଧୁତଙ୍କୁ ମଧ୍ୟ ଗିରଫ କରିଥିଲା ।
Comments are closed.