Latest Odisha News

BREAKING NEWS

ହକି ବିଶ୍ୱକପ୍: କାଲି ଅଧାରୁ ଛୁଟି ହେବ କଟକର ସ୍କୁଲ୍ ଓ କଲେଜ

କଟକ: ଓଡ଼ିଶାକୁ ହକି ଜର । ଆଉ ୨ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ । ତା’ପୂର୍ବରୁ ଆସନ୍ତାକାଲି ବୁଧବାର କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବଲିଉଡର ବଛାବଛା କଳାକାର ଯୋଗ ଦେବେ । ନାଚ, ଗୀତର ଆସବ ଖୁବ୍ ଜମିବ ।

ବିଶ୍ୱକପ୍ ଉଦଘାଟନୀକୁ ନଜରରେ ରଖି ଆସନ୍ତାକାଲି କଟକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ କଲେଜ ଅଧାରୁ ବନ୍ଦ ରହିବ । ଦିନ ୨ଟା ପରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ପାଇଁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଘୋଷଣା କରିଛନ୍ତି ।

Leave A Reply

Your email address will not be published.