Latest Odisha News

BREAKING NEWS

ବିଜେଡିରେ ଯୋଗଦେଲେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ଭୁବନେଶ୍ୱର : ଖୋର୍ଦ୍ଧା ପୂବର୍ତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓରଫ୍ ଜିତୁ ମିତ୍ର ସୋମବାର ଦିନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି ।

ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ମିତ୍ର ୨୦୧୪ ମସିହାରେ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପାର୍ଟି ତାଙ୍କୁ ଟିକେଟ୍ ଦେଇନଥିଲା।

Leave A Reply

Your email address will not be published.