ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ ବୋଲି ନୁହନ୍ତି ପୂର୍ବତନ ଜିଲ୍ଲା ସଭାପତି ଭାବେ କଂଗ୍ରେସରେ କାର୍ଯ୍ୟରତ ଥିବା ସରୋଜ ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ନେତାଙ୍କୁ ଅନୁସରଣ କରି ଦଳର ଅନ୍ୟ ନେତା ଓ କର୍ମୀମାନେ ମଧ୍ୟ ହାତ ଦଳର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ନବୀନ ଚନ୍ଦ୍ର ନାରାୟଣ ଦାସ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ତତକାଳୀନ କଂଗ୍ରେସ ସରକାରରେ ପଞ୍ଚାୟତ ରାଜ, ବାଣିଜ୍ୟ ଓ ପରିବହନ ଏବଂ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ। ନିକଟରେ କେନ୍ଦ୍ରପଡ଼ାର ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ହାତ ଛାଡ଼ିଥିଲେ। ପରେ ବିଧିବଦ୍ଧ ଭାବେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।
BREAKING NEWS
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
- Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ
- କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ
- ୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର
Comments are closed.