Latest Odisha News

BREAKING NEWS

ନାବାଳିକା ଗର୍ଭବତୀ ହେବା ଘଟଣା; ସେବାସଦନରେ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ

ଜି. ଉଦୟଗିରି: କନ୍ଧମାଳ ବେଲଘର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଘଟଣାରେ ରବିବାର ଜି ଉଦୟଗିରୀ ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଆସିଥିଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସ୍ମୃତି ରେଖା ପଟ୍ଟନାୟକଙ୍କ ବ୍ୟତୀତ ମହିଳା ମୋର୍ଚ୍ଚା ର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଜେପି ନେତୃବୃନ୍ଦ। ସେହିମାନେ ସେବା ସଦନ ଭିତରକୁ ଯାଇ ସେଠାରେ ଥିବା କର୍ମଚାରି ଓ ବିଭାଗୀୟ ଅଧିକାରୀ ଙ୍କୁ ଭେଟି ସମୀକ୍ଷା କରିଛନ୍ତି। ଏଥିପାଇଁ ସରକାର, ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ବାରମ୍ବାର କନ୍ଧମାଳ ଜିଲ୍ଲାରେ ଏପରି ଘଟଣା ଘଟିଛି ଏବଂ ଘଟୁଛି, କିନ୍ତୁ କୁମ୍ଭ କର୍ଣ୍ଣ ନିଦ୍ରାରେ ସରକାର ଶୋଇଛନ୍ତି ବୋଲି କହିଛନ୍ତି। ରାଜ୍ୟରେ ମହିଳା ମାନେ ସୁରକ୍ଷିତ ମନେ କରୁନାହାଁନ୍ତି। ଏଣୁ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ ବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ଏକ ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିଲେ । ନାବାଳିକା ଜଣକ ୪ ମାସର ଗର୍ଭବତୀ ଥିଲେ। ଜି.ଉଦୟଗିରି ହସ୍ପିଟାଲରେ ଗତ ବୁଧବାର ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଏହି ନାବାଳିକା ଛାତ୍ରୀ ଗର୍ଭବତୀ ଥିବା ଗତ ମାସରେ ଜଣାପଡ଼ିଥିଲା। ଏ ନେଇ ସେବାଶ୍ରମ ତରଫରୁ ଗତମାସ ୨୪ ତାରିଖରେ ବେଲଘର ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ଆଉ ଏକ ସେବାଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଅଟକ ରଖିଥିଲା। ଜି.ଉଦୟଗିରି ଥାନା ପୁଲିସ ଏହି ଘଟଣାରେ ପୃଥକ ପୃଥକ ଭାବେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅନ୍ୟପଟେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଘଟଣାର ଅନୁଧ୍ୟାନ କରିବା ପରେ ନାବାଳିକା ଛାତ୍ରୀଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା। ଏହାପରେ ଗତ ମାସ ୩୦ ତାରିଖରୁ ତାଙ୍କୁ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ରଖାଯାଇଥିଲା। କିନ୍ତୁ ଗତ ବୁଧବାର ସେ ଏକ ମୃତ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ।

Comments are closed.