କେନ୍ଦୁଝର: ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କ ଘରେ IT ଚଢାଉ। ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଖାଲି ଘର ନୁହେଁ, ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗର ଚଢାଉ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସଭବନ ଏବଂ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ଆଜି ସକାଳୁ ଆୟକର ଚଢ଼ାଉ ହୋଇଛି । କଡା ସୁରକ୍ଷା ଭିତରେ ଏହି ଚଢାଉ କରାଯାଇଛି ।
ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଚଢାଉ ଚାଲିଥିବା ସୂଚନା ମିଳିଛି। ତେଣୁ ବିଭାଗୀୟ ଅଧିକାରୀମାନେ ଜିତୁଙ୍କ ବ୍ୟବସାୟ ସମ୍ବନ୍ଧିତ ସମସ୍ତ କାଗଜପତ୍ର ଛାନଭିନ କରୁଛନ୍ତି । ଚଢାଉ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉ ନାହିଁ ।
Comments are closed.