Latest Odisha News

BREAKING NEWS

ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ଦେହାନ୍ତ

ବୌଦ୍ଧ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଡ୍ରାଇଭର ତଥା ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କର ସୋମବାର ମୃତ୍ୟୁ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବାବେଳେ ସେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବେହେରା ପକ୍ଷାଘାତ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ସେ ଜୀବନର ଶେଷ ସମୟରେ ନିଜ ପୁଅ ସହ ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ରହୁଥିଲେ ।

ସେ ନିଜର ଚାକିରି ଜୀବନରେ ଡ୍ରାଇଭର ଭାବେ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ପୁରୀକୁ ଯିବାର ସୁଯୋଗ ପାଇଥିଲେ। ଏହା ପରେ ବିଜୁବାବୁ ତାଙ୍କୁ ଡ୍ରାଇଭର ଭାବରେ ନିଯୁକ୍ତି ଦେଇଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଧୀରେ ଧୀରେ ପ୍ରହ୍ଲାଦଙ୍କ ରାଜନୀତିରେ ଆଗ୍ରହ ଏବଂ ଜନସମ୍ପର୍କ ବିଷୟରେ ଜାଣିଥିଲେ। ଥରେ ସେ ପ୍ରହ୍ଲାଦଙ୍କୁ ଏକ ଜନ ସମାବେଶକୁ ସମ୍ବୋଧିତ କରିବାକୁ କହିଥିଲେ। ପରେ ସେ ୧୯୭୭ ମସିହାରେ ଫୁଲବାଣୀ ବିଧାନସଭା ଆସନରୁ ଜିତିଥିଲେ ।

Comments are closed.