Latest Odisha News

BREAKING NEWS

ଲକଡାଉନ ବେଳେ ଅତ୍ୟଧିକ ମଦ୍ୟପାନ ବଢ଼ାଇଛି ଯକୃତ ରୋଗ ସମସ୍ୟା !

ନୂଆଦିଲ୍ଲୀ: କୋଭିଡ ମହାମାରୀ ଏବଂ ଏହାର ଚିକିତ୍ସା ବେଳେ ବିଭିନ୍ନ ଔଷଧ ଖାଇବା ଦ୍ୱାରା ଅନେକ ସମସ୍ୟା ମଣିଷର ଶରୀରରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ପରୋକ୍ଷରେ ଆଉ ଏକ ରୋଗ ବଢିଛି । ଯାହାକି ଜାଣିଲେ ଆପଣ ତାଜୁବ ହୋଇଯିବେ । କରୋନା ପାଇଁ ଲକଡାଉନ ହୋଇଥିଲା । ଅନେକ ଲୋକ ଘରେ ରହି ମାନସିକ ଅବସାଦରେ ଥିଲେ ହେଲେ ଆଉ କିଛି ଅବସାଦ ସହିତ ସମୟ ଅତିବାହିତ କରିବାକୁ ଯାଇ ଘରେ ବସି କେବଳ ମଦ ପିଇଥିଲେ। ଯାହା ପରବର୍ତ୍ତୀ ସମୟରେ ମେଦବହୁଳତା ସୃଷ୍ଟି କରିବା ସହିତ ଯକୃତରେ ଚର୍ବି ବଢାଇଛି ।

ମହାମାରୀ ସମୟରେ ଅତ୍ୟଧିକ ମଦ ପିଇବା କାରଣରୁ ଏପରି ହୋଇଛି। ଯାହା କେବଳ ଭାରତ ନୁହେଁ ସାରା ବିଶ୍ୱରେ ବଢ଼ିଛି । ଲକଡାଉନ ସମୟରେ ସାରା ବିଶ୍ୱରେ ମଧ୍ୟ ମେଦବହୁଳତା ବୃଦ୍ଧି ପାଇଛି।  ଜୀବନଶୈଳୀରେ ପରିବର୍ତ୍ତନ ହେବା କାରଣରୁ ଅଣ-ଆଲକୋହଲିକ ଫ୍ୟାଟି ଲିଭର ରୋଗ ବା ଏନଏଏଫଏଲଡି ରୋଗ ବୃଦ୍ଧି ପାଉଛି ବୋଲି ଡାକ୍ତରମାନେ କହିଛନ୍ତି। ଲିଭରରେ ଅତିରିକ୍ତ ଚର୍ବି ଜମା ହେଲେ ତାହାକୁ ଫ୍ୟାଟି ଲିଭର୍ କୁହାଯାଏ। ଖାଦ୍ୟପେୟ, ବ୍ୟାୟାମର ଅଭାବ କିମ୍ବା ମଦ୍ୟପାନ ଯୋଗୁଁ ଏହା ହୋଇପାରେ। ସଂକ୍ରମଣ ଦ୍ୱାରା ମଧ୍ୟ ଲିଭର ରୋଗ ହୋଇପାରେ।

ଡାକ୍ତରମାନେ ମଧ୍ୟ କହିଛନ୍ତି ଯେ କରୋନା ପରବର୍ତ୍ତୀ ସମୟରେ ଯକୃତ କ୍ୟାନସର ମାମଲାରେ ବୃଦ୍ଧି ପାଇଛି । ଯଦିଓ ଏହାକୁ କୋଭିଡ୍ କିମ୍ବା ଏହାର ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସହିତ ଯୋଡିବା ପାଇଁ ସେମିତି କୌଣସି ପ୍ରମାଣ ନାହିଁ।

କୋଲକାତାସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ଡାଇଜେଷ୍ଟିଭ ଡିଜିଜର କନସଲଟାଣ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡକ୍ଟର ସୌଭିକ ମିତ୍ର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ମହାମାରୀ ସମୟରେ ଏନଏଏଫଏଲଡି ସଂକ୍ରମଣରେ 10-15 ପ୍ରତିଶତ ବୃଦ୍ଧି ଘଟିଛି। ଏହା ବର୍ଦ୍ଧିତ ମେଦ ବହୁଳତା ଏବଂ ମହାମାରୀ ସମୟରେ ଏକ ବ୍ୟସ୍ତବହୁଳ ଜୀବନଶୈଳୀ ସହିତ ଜଡିତ।

ସେ ଆହୁରିି  କହିଛନ୍ତି, ମଦ୍ୟପାନ ଦ୍ୱାରା ହେଉଥିବା ଯକୃତ ରୋଗରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଯଦିଓ ଏହାକୁ ଆକଳନ କରିବା କଷ୍ଟକର ହୋଇପାରେ। କିନ୍ତୁ ଅନେକ ହେପାଟାଇଟିସ୍ ‘ଏ’ ମଧ୍ୟ ଦେଖିଛୁ କାରଣ ଅନେକ ଲୋକ ଟିକାକକଣରେ ସାମିଲ ହୋଇନାହାନ୍ତି।

Leave A Reply

Your email address will not be published.