Latest Odisha News

BREAKING NEWS

ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଉଭୟପକ୍ଷ ମୁହାଁମୁହିଁ ହୋଇଛନ୍ତି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳି ବିନିମୟ ଚାଲିଛି । ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ନେଇ ଆଇଜି (ଅପରେସନ୍‌) ଅମିତାଭ ଠାକୁରଙ୍କ ସୂଚନା ଦେଇଛନ୍ତି । ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି ।

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇପୋଲିସକୁ ବିଶେଷସୂତ୍ରରୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିବା ଅପରେସନ୍ । ଏମିତିବେଳେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ ମାଓବାଦୀ । ପାଲଟା ଜବାବ ଦେଇଥିଲେ ସୁରକ୍ଷାବାହାନୀ । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଗୁଳିମାଡ଼ ହୋଇଛି । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଏସଓଜି ଯବାନ ଆହତ ହୋଇଛନ୍ତି ।

ସିଆରପିଏଫ ଯବନାଙକ୍ ସହାୟତାରେ ଦୁଇ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଥିଲା । ନକ୍ସଲ ଦମନ ଅଭିଯାନର ସମୀକ୍ଷା ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଉଥିବା ପୋଲିସ ଡିଜି ଅଭୟ ସୁନାବେଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଖବର ଶୁଣି ଅଧାରୁ ଗସ୍ତ ବାତିଲ କରିଛନ୍ତି । ବୌଦ୍ଧ ପାଦେଲପଡ଼ାରେ ପହଞ୍ଚି ନିଜେ ପୋଲିସ ଡିଜି ଆହତ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଇଛନ୍ତି ।

ଏବେ ବି ଗୋଛାପଡ଼ା ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି । ସିଲ୍ କରାଯାଇଛି ପୂରା ଅଞ୍ଚଳ। ସଂପୃକ୍ତ ଅଞ୍ଚଳରେ ସକ୍ରିୟ ଅଛି କେକେବିଏନ ମାଓ ସଙ୍ଗଠନ ।

Leave A Reply

Your email address will not be published.