Latest Odisha News

କୋଟିଏ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ମୋହନା: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍‌। ଗଞ୍ଜେଇ ଚାଷ ଏବଂ ଏହାର ବିକ୍ରି ଉପରେ ରୋକ୍ ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଜୋରଦାର ଚେଷ୍ଟା ଚଳାଇଛି। ଆଉ ଏହାରି ଭିତରେ ଶନିବାର ପ୍ରାୟ ୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ।

ସୂଚନା ଅନୁଯାୟୀ, ଆର.ଉଦୟଗିରି ଥାନା ସିଣ୍ଡରାମପୁର ଗାଁ ନିକଟରେ ପ୍ରାୟ ୫ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଥିଲା। ଏହାକୁ ମିଳିତ ଭାବରେ ପୋଲିସ ଓ ଅବକାରୀ ବିଭାଗ  ନଷ୍ଟ କରିଛନ୍ତି। ଗତ ୧ ମାସ ଧରି ଚାଲିଥିବା ଏହି ଅଭିଯାନରେ ୭୦ କୋଟି ଟଙ୍କାରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅଭିଯାନରେ ପୋଲିସ, ଅବକାରୀ, ବନ ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ସାମିଲ ହୋଇଛନ୍ତି।

ସୂଚନା ଯୋଗ୍ୟ, ଏହା ପୂର୍ବରୁ ଶନିବାର ମୋହନା ଥାନା ରଙ୍କୁଡ଼ା ଗାଁ ନିକଟରେ ବିପୁଳ ଗଞ୍ଜେଇ ଜବତ କରାଯାଇଛି। ଚାଲାଣ ପାଇଁ ରଖାଯାଇଥିବା ୨୨ ବସ୍ତା ଗଞ୍ଜେଇକୁପୋଲିସ ଜବତ କରିଥିଲା। ୨୨ଟି ବସ୍ତାରେ ପ୍ରାୟ ୭ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ଚଢାଉ ସମୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ସବୁ ଗଞ୍ଜେଇ ବସ୍ତା ମକା ବସ୍ତା ସହ ଚୋରା ଚାଲାଣ ପାଇଁ ମଫିଆ ମାନେ ଯୋଜନା କରୁଥିଲେ।

Leave A Reply

Your email address will not be published.