Latest Odisha News

BREAKING NEWS

୨୫ କୋଟିର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଦେବଗଡ଼:ଦେବଗଡ଼ ଜିଲ୍ଲାରେ ବେଆଇନ ଅଫିମ ଚାଷ ଠାବ। ପ୍ରାୟ ୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ । ରିଆମାଳ ଥାନା କାଦୋପଡ଼ା ଗାଁରେ ବେଆଇନ ଅଫିମ ଚାଷ ହୋଇଥିଲା । ପ୍ରାୟ ୨ ଏକର ସରକାରୀ ଜମିରେ ଅଫିମ ଚାଷ ହୋଇଥିଲା ।

ସୂଚନାମୁତାବକ, ପ୍ରାୟ ୫୦ ହଜାରରୁ ଅଧିକ ଅଫିମ ଗଛ ସେଠାରେ ଲାଗିଥିଲା । ଅକବାରୀ ବିଭାଗ ସମସ୍ତ ଅଫିମ ଗଛ ନଷ୍ଟ କରିବା ସହ ପୋଡ଼ି ଦେଇଛି । ପ୍ରାୟ ୨୫ କୋଟି ଟଙ୍କାର ଗଛ ନଷ୍ଟ ହୋଇଛି । ଜଙ୍ଗଲ ଭିତରେ ଚାଷ କିଏ କରିଥିଲା, ସେ ନେଇ ତଦନ୍ତ କରାଯାଉଛି ।

Leave A Reply

Your email address will not be published.